KBN ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ହାତରେ ହାତକଡ଼ି

(ଦ କୁଇଭର): କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ରକ୍ତ ଚରିତ୍ର ଗ୍ୟାଙ୍ଗର ପର୍ଦ୍ଦାଫାସ୍ । ବୁବୁ ହାତରେ ପଡ଼ିଲା ହାତକଡ଼ି । ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଉଥିବା କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଦୀର୍ଘ ଦିନ ହେବ ପୋଲିସକୁ କୁ ଚକମା ଦେଖାଇ ଫେରାର୍ ଥିଲା ବୁବୁ ଜେନା । ତା ନାଁରେ ଅନେକ ମୋଷ୍ଟ ୱାଣ୍ଟେଡ ମାମଲା ମଧ୍ୟ ରହିଥିଲା।

ଦୀର୍ଘ ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଥିଲା ବୁବୁ ଜେନା । ପୂର୍ବରୁ ବୁବୁ ଜେନାର ଜିପକୁ ଜବତ କରିଥିଲା ପୋଲିସ । ଯେଉଁ ଜିପକୁ ବ୍ୟବହାର କରି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୁବୁ ଜେନା ଭୟ ବଢାଇଲା ଭଳି ଭିଡ଼ିଓ ତିଆରି କରୁଥିଲା । ପୂର୍ବରୁ ମଧ୍ୟ ଏହି ଗ୍ୟାଙ୍ଗର ୪ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିସାରିଛି ପୋଲିସ ।

Leave a Reply

Your email address will not be published. Required fields are marked *