Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

‘ବଜେଟ୍ ଉପରେ ପଡ଼ିବନି ନିର୍ବାଚନର ପ୍ରଭାବ’

(ଦ କୁଇଭର): ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବଶନ। ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ୟ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରୁଛନ୍ତି। ଆଜି ଓ ଆସନ୍ତାକାଲି ସଂସଦରେ ପ୍ରଶ୍ନୋତ୍ତର କିମ୍ବା ଶୂନ୍ୟକାଳ ହେବ ନାହିଁ।

ତେବେ ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବଜେଟ୍ ଅଧିବେଶନରେ ସକରାତ୍ମକ ଆଲୋଚନା ହେବା ନେଇ ଆଶା କରିଛନ୍ତି। ସମସ୍ତ ସାଂସଦଙ୍କୁ ବଜେଟ ଅଧିବେଶନକୁ ସ୍ୱାଗତ କରିଛନ୍ତି ମୋଦି। ସେ କହିଛନ୍ତି, ସମସ୍ତ ସାଂସଦ ଓ ଦଳ ଉତ୍ତମ ଚିନ୍ତାଧାରା ନେଇ ଆଲୋଚନା କରିବେ ବୋଲି ମୋର ଆଶା। ତେବେ ନିର୍ବାଚନର ପ୍ରଭାବ ବଜେଟ ଅଧିବେଶନ ଉପରେ ପଡିବା ଉଚିତ ନୁହେଁ। ଆଜିର ବୈଶୟିକ ସ୍ଥିତିରେ ଭାରତ ପାଇଁ ଅନେକଗୁଡିଏ ସୁଯୋଗ ରହିଛି। ଏହି ଅଧିବେଶନ ଦେଶର ଅର୍ଥନୈତିକ ପ୍ରଗତି, ଟିକାକରଣ କାର୍ୟ୍ୟକ୍ରମ, ମେଡ ଇନ୍ ଇଣ୍ଡିଆ ଟିକା ବିଷୟରେ ବିଶ୍ୱରେ ଏକ ଆତ୍ମବିଶ୍ୱାସ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

Exit mobile version