କମିଲା କଟକଣା: ରାତି ୧୦ଟାରୁ ଲାଗୁ ହେବ ନାଇଟକର୍ଫ୍ୟୁ

(ଦ କୁଇଭର): କମିଲା ସଂକ୍ରମଣ, କୋହଳ ହେଲା କଟକଣା । ଫେବୃଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଫେବୃଆରୀ ମାସରେ କୋହଳ ହେଲା ନାଇଟ କର୍ଫ୍ୟୁ । ସହରାଞ୍ଚଳରେ ଏଣିକି ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏଣିକି ରାତି ୧୦ଟା ଯାଏଁ ମଲ୍, ଦୋକାନ ବଜାର ସବୁ ଖୋଲା ରହିବ । ଜାନୁଆରୀ ମାସରେ କଟକଣା କଡାକଡି କରାଯାଇଥିଲା । ଆଉ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା । କିନ୍ତୁ ଫେବୃଆରୀ ପହିଲାରୁ ରାତି ୧୦ଟାରୁ ଲାଗୁ ହେବ ନାଇଟକର୍ଫ୍ୟୁ ।

ସେହିପରି ମାଘ ସପ୍ତମୀରେ ନଦୀ କୂଳରେ ଭିଡ କମାଇବା ଉପରେ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ମନ୍ଦିର ଭିତରେ ରୀତିନୀତି ଓ ପରମ୍ପରା ଅନୁଯାୟୀ ପୂଜା ହୋଇପାରିବ । କଟକଣା ଭିତରେ ସ୍କୁଲରେ ସରସ୍ୱତୀ ପୂଜା ହୋଇପାରିବ । କିନ୍ତୁ ସର୍ବସାଧାରଣ ଜାଗାରେ ସରସ୍ୱତୀ ପୂଜାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *