କେବଳ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା

(ଦ କୁଇଭର): କମିଲା ସଂକ୍ରମଣ, କୋହଳ ହେଲା କଟକଣା । ଫେବୃଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ନୂଆ ଗାଇଡଲାଇନ ଅନୁସାରେ, ଶିକ୍ଷାନୁଷ୍ଠାନରେ ହୋଇପାରିବ ସରସ୍ୱତୀ ପୂଜା । ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି। ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରାଯାଇ ପାରିବ।

ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କୌଣସି ସ୍ଥାନରେ ସରସ୍ୱତୀ ପୂଜା ହୋଇପାରିବ ନାହିଁ। ରାଜ୍ୟ ସରକାର ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଂଜନ କାର୍ୟ୍ୟକ୍ରମ କରିବାକୁ ମନା କରାଯାଇଛି। କରୋନା କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *