ଯୁବପୀଢିଙ୍କ ପାଇଁ ବଡ଼ ଘୋଷଣା: ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି

(ଦ କୁଇଭର): ସଂସଦରେ ଆଜି ଉପସ୍ଥାପିତ ହୋଇଛି ମୋଦୀ ସରକାରଙ୍କ ୧୦ମ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟକୁ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟରେ ଜୁବପୀଢିଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ଆତ୍ମନିର୍ଭର ଭାରତ ଯୋଜାନା ମାଧ୍ୟମରେ ଭାରତରେ ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି । ଏହାସହ ଆସନ୍ତା ୫ ବର୍ଷରେ ୩୦ ଲକ୍ଷ କୋଟି ଅତିରିକ୍ତ ଉତ୍ପାଦନ ହେବ ।

ଏହାଦ୍ୱାରା ଦେଶରେ ଥିବା ବେରୋଜଗାର ଏବଂ ବେକାରୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ତେଣୁ ଆଗାମୀ ଦିନରେ ଯୁବପୀଢିମାନେ ଆଉ ବେକାରୀ ଓ ବେରୋଜଗାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରାଯାଉଛି । ତେଣୁ ଏହି ବଜେଟରେ ଦେଶର ଯୁବପୀଢିଙ୍କ ପାଇଁ ଏକ ବଡ଼ ଫାଇଦା ମିଳିଛି । ଏହାସହ କୃଷକମାନଙ୍କ ପାଇଁ ମଧ୍ୟ ଏହି ବଜେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *