Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆଇପିଏଲ ମେଗା ଅକ୍ସନ ପାଇଁ ୫୯୦ ଖେଳାଳୀଙ୍କ ନାଁ ଜାରି କଲା BCCI

(ଦି କୁଇଭର): ଇଣ୍ଡିଆନ ପ୍ରିମିୟର ଲିଗର ସିଜିନ-୧୫ରେ ହେବାକୁ ଯାଉଛି ମେଗା ଅକ୍ସନ । ଆଇପିଏଲ ସିଜିନ-୧୫ ମେଗା ଅକ୍ସନ ପୂର୍ବରୁ ଯେଉଁମାନେ ଏହି ନିଲାମରେ ସାମିଲ ହେବେ ସେମାନଙ୍କ ଲିଷ୍ଟ ଜାରି କରିଛି ବିସିସିଆଇ । BCCI ମଙ୍ଗଳବାର ମୋଟ ୫୯୦ କ୍ରିକେଟରଙ୍କ ଲିଷ୍ଟ ଜାରି କରିଛି ।

ଚଳିତ ବର୍ଷ ମେଗା ଅକ୍ସନ ଫେବ୍ରୁଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ହେବ ।ଆଇପିଏଲ ମେଗା ଅକ୍ସନ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ୍ କିଛି ବଡ଼ ଖେଳାଳିଙ୍କୁ ତାଙ୍କ ଦଳରେ ରିଟେନ କରିଥିବାବେଳେ ଏବେ ବି କିଛି ବଡ଼ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଚଳିତ ମେଗା ଅକ୍ସନରେ ଶ୍ରେୟସ ଆୟର, ଶିଖର ଧାଓ୍ୱନ, ରବିଚନ୍ଦ୍ରନ ଅଶ୍ୱିନୀ, ମହମ୍ମଦ ସାମି, ଇଶାନ କିଶାନ, ଆଜିଙ୍କେ ରାହାଣେ, ସୁରେଶ ରୈନା ଓ ୟୁଜବେନ୍ଦ୍ର ଚହଲଙ୍କ ପରି ଖେଳାଳି ସାମିଲ ହୋଇଛନ୍ତି । ଚଳିତ ଥର ମେଗା ନିଲାମରେ ଏବି ଡିଭିଲିୟର୍ସ ଓ କ୍ରିସ୍ ଗେଲଙ୍କ ବଡ଼ ଖେଳାଳି ଭାଗ ନେଉନାହାନ୍ତି ।

Exit mobile version