Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କେନ୍ଦ୍ର ବଜେଟରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା: କ’ଣ ଜାଣନ୍ତୁ ?

(ଦ କୁଇଭର): ଚାଷୀଙ୍କୁ ମିଳିବ ଡିଜିଟାଲ ସେବା । ଏନେଇ ବଜେଟ୍ ଉପସ୍ଥାପନ କରି ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, କେମିକାଲ ମୁକ୍ତ କୃଷିକୁ ପ୍ରୋତ୍ସାହନ ଦିଆଯିବ । ଏମଏସପି ଦ୍ୱାରା ଚାଷୀଙ୍କ ଠାରୁ ରେକର୍ଡ କ୍ରୟ କରାଯିବାର ଲକ୍ଷ ରଖାଯାଇଛି । ଚାଷୀଙ୍କୁ ବିଭିନ୍ନ ପ୍ରକାର ଡିଜିଟାଲ ସେବାର ସୁବିଧା ମିଳିବ । ଜୈବିକ ଉପାୟରେ ଚାଷୀଙ୍କୁ ପ୍ରତ୍ସୋହନ ଦିଆଯିବ ।

ଏହାସହ, ୫ଟି ବୃହତ୍ତ ନଦୀର ସଂଯୋଗୀକରଣ କରାଯିବ । କେନ୍ ବେତୱା ପ୍ରକଳ୍ପ ପାଇଁ ୪୪ ହଜାର ୬୦୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସାରା ଦେଶରେ ୯ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ । କୃଷିକ୍ଷେତ୍ରରେ ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦିଆଯିବ । ଏମଏସଏମଇ କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । ବ୍ୟବସାୟ ଓ ରୋଜଗାର ପାଇଁ ଡିଜିଟାଲ ସ୍କିଲକୁ ବୃଦ୍ଧି କରାଯିବ ।

Exit mobile version