Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆସିଲା ବଜେଟ୍: କ’ଣ ଶସ୍ତା, କ’ଣ ମହଙ୍ଗା ଜାଣନ୍ତୁ ?

(ଦ କୁଇଭର): ଆଜି ଉପସ୍ଥାପିତ ହୋଇଛି ଚଳିତ ବର୍ଷର ବଜେଟ୍ । ସଂସଦରେ ଏହାକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏହାରି ଭିତରେ ଅନେକ ଜିନିଷ ଶସ୍ତା ଓ ଅନେକ ଜିନିଷ ମହଙ୍ଗା ମଧ୍ୟ ହୋଇଛି ।
ଏହି ସାମଗ୍ରୀ ଶସ୍ତା ହେବ-
• ଫ୍ରିଜ୍ ମସଲା ।
• ଫ୍ରିଜ୍ ସ୍କ୍ୱିଡ୍
• ଆସାଫୋଏଟିଡା
• କୋକୋ ବିନ୍ସ
• ମିଥାଇଲ୍ ଆଲକୋଲେଟ୍
• ଏସିଟିକ୍ ଏସିଡ୍
• ହୀରା କାଟିବା ଏବଂ ପଲିସ୍ କରିବା
• ସେଲୁଲାର୍ ମୋବାଇଲ୍ ଫୋନ୍ ପାଇଁ କ୍ୟାମେରା ଲେନ୍ସ

ଏହି ଆମଦାନୀ ସାମଗ୍ରୀ ମହଙ୍ଗା ହେବ-

• ଛତା
• କୃତ୍ରିମ ଅଳଙ୍କାର
• ଲାଉଡ ସ୍ପିକର
• ହେଡଫୋନ୍ ଏବଂ ଇୟରଫୋନ୍
• ସ୍ମାର୍ଟ ମିଟର
• ସୋଲାର ସେଲ୍
• ସୋଲାର ମଡ୍ୟୁଲ୍
• ଏକ୍ସ-ରେ ମେସିନ୍
• ଇଲେକ୍ଟ୍ରୋନିକ୍ ଖେଳନା ଅଂଶ
ବଜେଟର ଉପସ୍ଥାପନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗରିବଙ୍କ କଲ୍ୟାଣ। ପ୍ରତ୍ୟେକ ଗରିବ ଲୋକଙ୍କର ଏକ ପକ୍କା ଘର, ଟ୍ୟାପରୁ ପାଣି, ଶୌଚାଳୟ, ଗ୍ୟାସ ସୁବିଧା ରହିବା ଉଚିତ୍, ଏସବୁକୁ ବିଶେଷ ଧ୍ୟାନ ଦିଆଯାଇଛି। ଏହା ସହିତ ଆଧୁନିକ ଇଣ୍ଟରନେଟ୍ ସଂଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥି ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଜେଟକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ମୋଦୀ ସରକାରଙ୍କ ବଜେଟରେ ଶୂନ ରାଶି ଅଛି !

Exit mobile version