ଅଣ୍ଡର-୧୯ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ

(ଦି କୁଇଭର): ଫାଇନାଲରେ ଭାରତ । ଅଣ୍ଡର-୧୯ ବିଶ୍ବକପ୍ ଫାଇନାଲରେ ଭାରତ । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଛି ଟିମ ଇଣ୍ଡିଆ । ଚାରି ଥର ଅଣ୍ଡର-୧୯ ବିଶ୍ୱ ବିଜେତା ତଥା ଗତ ଥରର ରନର୍ସଅପ୍ ଭାରତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି କରିଛି ।

ବୁଧବାର ଆଣ୍ଟିଗୁଆରେ ଖେଳାଯାଉଥିବା ଏହି ସେମିଫାଇନାଲରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ଭଲ ଆରମ୍ଭ କରିନଥିଲା ଭାରତ । ମାତ୍ର ୩୭ ରନରେ ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇଥିଲେ କଙ୍ଗାରୁ ବୋଲର । ଆରମ୍ଭରୁ ବ୍ୟକଫୁଟରେ ରହିବା ପରେ ପାରି ସମ୍ଭାଳିଥିଲେ ଅଧିନାୟକ ୟଶ ଢ଼ୁଲ ଏବଂ ଶୈକ ରସିଦ । ଉଭୟ ତୃତୀୟ ଓ୍ୱିକେଟ ପାଇଁ ୨୦୪ ବଡ଼ ରନର ପାର୍ଟନରସିପ୍ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବ ପରେ ଦିନେଶ ବାନାଙ୍କ ଦ୍ରୁତ ୨୦ ରନ ଫଳରେ ଭାରତ ୨୯୦ ରନ କରିପାରିଥିଲା । ୨୯୧ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୧୯୪ ରନ କରି ଅଲଆଉଟ ହୋଇଥିଲା । ଯାହା ଫଳରେ ଭାରତ ଏହି ମୁକାବିଲାକୁ ୯୬ ରନରେ ବିଜୟ ଲାଭ କରିଥିଲା । ଭାରତ ପକ୍ଷରୁ ଭିକ୍କି ଓସ୍ତାଲ ୩ଟି, ରବି କୁମାର ଓ ନିଶାନ୍ତ ସିନ୍ଧୁ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Leave a Reply

Your email address will not be published. Required fields are marked *