Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ୭ରୁ ଖୋଲିବ ସ୍କୁଲ ଓ କଲେଜ୍

(ଦ କୁଇଭର): ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୭ ତାରିଖ ଅର୍ଥାତ ସୋମବାରଠାରୁ ଖୋଲିବ ସ୍କୁଲ ଓ କଲେଜ୍। ସାରା ରାଜ୍ୟରେ ୭ ତାରିଖରୁ ଖୋଲିବ ସ୍କୁଲ । ଅଷ୍ଟମରୁ ଉପରକୁ ସବୁ କ୍ଲାସ ସୋମବାରଠାରୁ ଖୋଲିବ ।

କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ସ୍କୁଲ ଓ କଲେଜରେ କରୋନା କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯିବ । ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି।

Exit mobile version