ସ୍କୁଲ ଖୋଲିବା ନେଇ ଜାରି ହେଲା ନୂଆ SOP

(ଦ କୁଇଭର): ସ୍କୁଲ ଖୋଲିବା ନେଇ ଜାରି ହେଲା ନୂଆ ଏସଓପି । ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡଲାଇନ । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ସ୍ଥିର କରିବ ରାଜ୍ୟ । ସାମାଜିକ ଯାଗାରେ ଶାରୀରିକ ଦୂରତ୍ୱ ଶବ୍ଦ ବ୍ୟବହାର ହେବ । ଶାରୀରିକ ଦୂରତ୍ୱ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ । ସ୍କୁଲରେ କୌଣସି ପ୍ରକାର କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ନିଷ୍ପତ୍ତି ରାଜ୍ୟ ସରକାର ନେବେ।

ସେହିପରି କଣ୍ଟେନମେଣ୍ଟ ଜୋନର ସ୍କୁଲ ବସ୍ ଡ୍ରାଇଭରଙ୍କୁ ଆସିବା ମନା । ୧୧ଟି ରାଜ୍ୟରେ ପୂର୍ଣ୍ଣ କ୍ଷମତାରେ ସ୍କୁଲ ଖୋଲାଯାଇଛି । ୧୬ଟି ରାଜ୍ୟରେ ବଡ଼ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ବାକି ୯ଟି ରାଜ୍ୟରେ ସ୍କୁଲ ଆଦୌ ଖୋଲାଯାଇନାହିଁ । ତେଣୁ କୋଭିଡ଼ ଗାଇଡଲାଇନ ମାନି ସ୍କୁଲ ଖୋଲାଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *