ସିରିଆରେ ପଶି ISIS ମୁଖ୍ୟକୁ ମାରିଲା ଆମେରିକା

(ଦ କୁଇଭର): ଆଇଏସଆଇଏସ ବିରୋଧରେ ବଡ଼ ଧରଣର ଷ୍ଟ୍ରାଇକ୍ । ପୁଣିଥରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ବିରୋଧରେ ବଡ଼ ଧରଣର ଷ୍ଟ୍ରାଇକ କରିଛି ଆମେରିକା। ସିରିଆ ଭିତରେ ଆମେରିକା ସେନା ପ୍ରବେଶ କରି ଆଇଏସଆଇଏସ ର ମୁଖ୍ୟ ଅବୁ ଇବ୍ରାହିମ ଅଲ ହାଶିମି ଅଲ କୁରେଶିକୁ ହତ୍ୟା କରିଛି। ଏଥିସହ ସେ ରହୁଥିବା ଘରକୁ ମଧ୍ୟ ଧ୍ୱଂସ କରିଛି ଆମେରିକା ସେନା ।

ଏହି ଅପରେସନ ପରେ ଆମେରିକାର ଯବାନମାନେ ସୁରକ୍ଷିତ ସ୍ୱଦେଶ ମଧ୍ୟ ଫେରିଛନ୍ତି। ପୂର୍ବରୁ ଆଇଏସଆଇଏସର ପ୍ରତିଷ୍ଠାତା ଅବୁ ବକର ଅଲ ବାଗଦାଦିକୁ ମଧ୍ୟ ଆମେରିକା ଅନୁରୂପ ଭାବେ ନିହତ କରିଥିଲା। ଆମେରିକା ପକ୍ଷରୁ ଆଇଏସଆଇଏସ ବିରୋଧରେ ହୋଇଥିବା ଅପରେସନ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ବାଇଡେନ ଟ୍ୱିଟ କରି କହିଛନ୍ତି, “ଆମ ଆର୍ମଡ ଫୋର୍ସର ଦକ୍ଷତା ଓ ସାହାସ ଯୋଗୁ ଆମେ ଆଇଏସଆଇଏସ୍ ନେତା ଅବୁ ଇବ୍ରାହିମ ଅଲ ହାଶିମି ଅଲ କୁରେଶିକୁ ଶେଷ କରି ଦେଇଛୁ। ଅପରେସନରୁ ସବୁ ଆମେରିକୀୟ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି।”

ହ୍ୱାଇଟ୍ ହାଉସ କହିଛି ଯେ, ଆବୁ ଇବ୍ରାହିମ ଅଲ-ହାସିମି ଅଲ-କୁରେଶି ନିଜକୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବୋମା ଫିଙ୍ଗି ଦେଇଛନ୍ତି। ମିଶନ ସମୟରେ ୬ ଜଣ ଶିଶୁ ଏବଂ ଚାରିଜଣ ମହିଳାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମିଶନରେ ୨୪ ଟି ସ୍ୱତନ୍ତ୍ର ଅପରେସନ୍ କମାଣ୍ଡୋ ଜଡିତ ଥିଲା, ଯେଉଁଥିରେ ଜେଟ୍, ରେପର୍ ଡ୍ରୋନ୍ ଏବଂ ହେଲିକପ୍ଟର ବନ୍ଧୁକ ରହିଥିଲା ଜ୍ଝ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅପରେସନ୍ ଆରମ୍ଭରେ ଆତଙ୍କବାଦୀ ଟାର୍ଗେଟରେ ଏକ ବୋମା ବିସ୍ଫୋରଣ କରି ମହିଳା ତଥା ଶିଶୁଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *