ୟୁପି ରାଜନୀତି: ଗୋରଖପୁର ଆସନରୁ ନାମାଙ୍କନ ଭରିଲେ ଯୋଗୀ ଆଦିତ୍ୟନାଥ

(ଦ କୁଇଭର): ୟୁପିରେ ସରଗରମ ରାଜନୈତିକ ମାହୋଲ । ଭୋଟ ହାତେଇବାକୁ ଚାଲିଛି ଘମାଘୋଟ ଲଢେଇ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗୋରଖପୁର ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ତାଙ୍କ ସହ ଥିଲେ। ଯୋଗୀ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାମାଙ୍କନପତ୍ର ଦାଖଲ ପୂର୍ବରୁ ଆୟୋଜିତ ଏହି ରାଲିରେ ଅମିତ ଶାହା ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ।

https://www.kooapp.com/koo/bjpdrmahendra/b453a1a6-2a98-4d74-8bcc-435467adc70d

ଶାହା କହିଛନ୍ତି, ‘ମୁଁ ଗର୍ବର ସହିତ କହିପାରେ ଯେ ଯୋଗୀ ଆଦିତ୍ୟନାଥ ଜୀ ୟୁପିକୁ ମାଫିଆରୁ ମୁକ୍ତ କରିଛନ୍ତି। ୨୫ ବର୍ଷ ପରେ, ଯୋଗୀ ୟୁପିରେ ଆଇନର ନିୟମ ପ୍ରତିଷ୍ଠା କରିଛନ୍ତି । ୟୁପିକୁ କରୋନାରୁ ମୁକ୍ତ କରିବା ପାଇଁ ଯୋଗୀଙ୍କ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଶାହା କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଲୋକଙ୍କ ପାଇଁ ମାଗଣା କୋଭିଡ ଟିକା ଯୋଗାଇ ଦେଇଛନ୍ତି। ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ, ସର୍ବାଧିକ ଟୀକାକରଣ କରିଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ଯୋଗୀ ଜିଙ୍କ ନେତୃତ୍ୱରେ ୟୁପି କୋଭିଡ ବିରୁଦ୍ଧରେ ଯୁଦ୍ଧକୁ ସଫଳତାର ସହ ଲଢିଛି।

ଫେବୃଆରୀ ୧୦ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟ୍ ଅନୁଷ୍ଠିତ ହେବ । ସାତୋଟି ପର୍ୟ୍ୟାୟରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁର ସଦର ଆସନରୁ ପ୍ରାର୍ଥୀ କରାଯିବା ପରେ ସମାଜବାଦୀ ପାର୍ଟି ମଧ୍ୟ ମୁଖ୍ୟ ଅଖିଳେଶ ଯାଦବ ମେନପୁରୀ ଜିଲ୍ଲାର କରହଲ ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ।

Leave a Reply

Your email address will not be published. Required fields are marked *