ଭେଣ୍ଟିଲେଟରରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

(ଦ କୁଇଭର): ଭେଣ୍ଟିଲେଟରରେ ସୁର ସାମ୍ରାଜ୍ଞୀ । ପୁଣି ଥରେ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ଆସୁଛି। ଗତ ୨୭ ଦିନ ଧରି ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲତା ମଙ୍ଗେଶକରଙ୍କର ଉନ୍ନତି ହୋଇଥିଲା ଏବଂ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାପରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖାଯାଉଛି।

ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସ୍ଥାନାନ୍ତର କରାଯାଇଛି। ଏହି ଖବର ପରେ ଲତା ଜୀଙ୍କର ସ୍ୱାସ୍ଥ୍ୟ କାମନା କରୁଥିବା ତାଙ୍କ କୋଟି କୋଟି ପ୍ରଶଂସକ ପୁଣି ଚିନ୍ତିତ ହୋଇପଡିଛନ୍ତି। ଡାକ୍ତରୀ ଟିମ୍ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବଠୁ ଉନ୍ନତି ହୋଇଥିଲେ ବି ତାଙ୍କୁ କାହା ସହ ସାକ୍ଷାତ କରିବାକୁ ଅନୁମତି ମିଳୁନି। ଲତାଙ୍କ ଆଶୁ ଆରୋଗ୍ୟ କାମନା କରି ଫ୍ୟାନ୍ସ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *