କରୋନା କଟକଣାରେ ପୂଜା ପାଉଛନ୍ତି ମା’ ସରସ୍ୱତୀ

(ଦ କୁଇଭର): ଆଜି ପବିତ୍ର ବସନ୍ତ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଉଛନ୍ତି ବିଦ୍ୟାଦାୟିନୀ ମା’ ସରସ୍ୱତୀ। ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ମଧ୍ୟ ଅନୁକୂଳ କରାଯାଏ।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ୍ କଟକଣା ଭିତରେ ମା’ଙ୍କ ପୂଜା ଆୟୋଜିତ ହେଉଛି । କୋଭିଡ୍ କଟକଣା ପାଇଁ ଜାକଜମକ ନ ଥିଲେ ମଧ୍ୟ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଯଥାବିଧି ପୂଜା ହେଉଛି । ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନକୁ ପାଳନ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା’ଙ୍କ ଆରାଧନା କରାଯାଉଛି ।

ସେହିପରି ପ୍ରତିବର୍ଷ ବସନ୍ତ ପଞ୍ଚମୀ ତିଥିରେ ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ବନ ବିଭାଗ ତରଫରୁ ଆସିଥିବା ରଥ ନିର୍ମାଣ ନିମନ୍ତେ ଆସିଥିବା କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । ଆଜି ମଧ୍ୟ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ସମ୍ମୁଖରେ କାଠ ପହଞ୍ଚିଛି।

Leave a Reply

Your email address will not be published. Required fields are marked *