Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ

(ଦ କୁଇଭର): ଭାରତୀୟ ସୁରକ୍ଷା ଏଜେନ୍ସିକୁ ମିଳିଛି ବଡ଼ ସଫଳତା। ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଆବୁ ବକରକୁ ଗିରଫ କରିଛି ଭାରତୀୟ ସୁରକ୍ଷା ଏଜେନ୍ସି । ୟୁଏଇରୁ ଆବୁ ବକରକୁ ଗିରଫ କରିବାରେ ସଫଳ ହୋଇଛି ସୁରକ୍ଷା ଏଜେନ୍ସି ।

ସୂଚନା ମୁତାବକ ମୁମ୍ବାଇରେ ହୋଇଥିବା ବଡ଼ ଧରଣର ବୋମା ବିସ୍ଫୋରଣରେ ଆବୁ ବକରର ହାତଥିଲା। ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ହେଉଛି ଆବୁ ବକର । ଆବୁ ୧୯୯୩ ମସିହାରେ ମୁମ୍ବାଇର ୧୨ଟି ସ୍ଥାନରେ ବଡ଼ ବୋମା ବିସ୍ଫୋରଣ କରିଥିଲା। ଯେଉଁ ବିସ୍ଫୋରଣରେ ୨୭୫ ଜଣଙ୍କ ମୃତ୍ୟୁ ହେବା ସହ ୭୧୩ ଜଣ ଆହତ ହୋଇଥିଲେ । ସେବେଠାରୁ ଆବୁକୁ ଖୋଜୁଥିଲା ଭାରତୀୟ ସୁରକ୍ଷାକର୍ମୀ ।

ଆବୁ ବକର ନାଁରେ ରେଡ୍ କର୍ଣ୍ଣର ନୋଟିସ ଜାରି କାରିଥିଲା ଭାରତ । ହେଲେ ବର୍ତ୍ତମାନ ଭାରତୀୟ ସୁରକ୍ଷା ଏଜେନ୍ସି ଆବୁ ବକରକୁ ଧରିବାରେ ସଫଳ ହୋଇଛି । ୟୁଏଇରୁ ଆବୁ ଗିରଫ କରାଯାଇଥିବା ବେଳେ ତାକୁ ଏଜେନ୍ସି ଖୁବଶୀଘ୍ର ଭାରତକୁ ଆଣିବ ବୋଲି ସୂଚନା ଦିଆଯାଇଛି ।

Exit mobile version