ଦୁଇ ବର୍ଷ ପରେ ଖୋଲିବ ଅଷ୍ଟ୍ରେଲିଆ ସୀମା

(ଦି କୁଇଭର): ଦୀର୍ଘ ଦୁଇ ବର୍ଷ ପରେ ବିଦେଶ ଯାତ୍ରୀଙ୍କ ପାଇଁ ଖୋଲିବ ଅଷ୍ଟ୍ରେଲିଆ ସୀମା । କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବାରୁ ସୀମା ଖୋଲିବା ନେଇ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଫେବୃଆରୀ ୨୧ରୁ ସମସ୍ତଙ୍କ ପାଇଁ ଦେଶ ସୀମା ଖୋଲିବାକୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଘୋଷଣା କରିଛନ୍ତି । ମହାମାରୀ କରୋନା ଆରମ୍ଭ ହେବା ଦିନଠାରୁ ଅଷ୍ଟ୍ରେଲିଆ ସରକାର ସାଧାରଣ ଯାତ୍ରୀଙ୍କ ପାଇଁ ଦେଶର ସୀମାକୁ ବନ୍ଦ କରିଥିଲେ । ଏଥିସହ କଡ଼ା କଟକଣା ମଧ୍ୟ ଲଗାଇଥିଲେ । ଏବେ ପ୍ରାୟ ୨ ବର୍ଷ ପରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି ।

ଆଜି ସ୍କଟ ମୋରିସନ ଜାତୀୟ ସୁରକ୍ଷା କ୍ୟାବିନେଟ ବୈଠକରେ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପରେ ସୀମା ଖୋଲିବ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି, “ପ୍ରାୟ ୨ ବର୍ଷ ତଳେ ଆମେ ସଂକ୍ରମଣ ପାଇଁ ଅଷ୍ଟ୍ରେଲିଆ ସୀମାକୁ ବନ୍ଦ କରିଥିଲୁ। କିନ୍ତୁ ୨୧ ଫେବୃଆରୀ ଠାରୁ ସମସ୍ତ ଭିସାଧାରୀଙ୍କ ପାଇଁ ସୀମା ଖୋଲିବ। ଯଦି ଆପଣ ଟିକାର ଦୁଇଟି ଯାକ ଡୋଜ୍ ନେଇଛନ୍ତି, ତା’ହେଲେ ଆପଣଙ୍କୁ ଅଷ୍ଟ୍ରେଲିଆକୁ ସ୍ୱାଗତ କରାଯିବ

Leave a Reply

Your email address will not be published. Required fields are marked *