କମିଲା କଟକଣା: ଏଣିକି ୫ ନୁହେଁ ୨୦ଜଣଙ୍କୁ ନେଇ କରିବେ ନିର୍ବାଚନ ପ୍ରଚାର

(ଦ କୁଇଭର): ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଖବର । କୋହଳ ହେଲା ନିର୍ବାଚନ ପ୍ରଚାର କଟକଣା । ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ଧୀରେ ଧୀରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କଟକଣା କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏଣିକି ୨୦ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିବେ ପ୍ରାର୍ଥୀ । କିନ୍ତୁ ପୂର୍ବରୁ ୫ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରୁଥିଲେ ପ୍ରାର୍ଥୀ । ସେହିପରି ୩୦୦ଜଣଙ୍କୁ ନେଇ ନିର୍ବାଚନୀ ସଭା କରାଯାଇପାରିବ । କିନ୍ତୁ କରୋନା କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯିବ । ଯଦି କୌଣସି ପ୍ରାର୍ଥୀ କରୋନା କଟକଣାକୁ ଉଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ଅନ୍ୟପଟେ ରାଲି, ରୋଡ଼ ଶୋ’ ଓ ପଦଯାତ୍ରା ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ । ସେହିପରି କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦେବା ପ୍ରକ୍ରିୟା ଜାରି ରହିଛି । ଏଯାବତ୍ ୮୦ରୁ ୯୦ ପ୍ରତିଶତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଦିଆସରିଲାଣି । ତେଣୁ ସମସ୍ତ ପ୍ରକ୍ରିୟା କରୋନା କଟକଣା ଭିତରେ ଠିକଠାକ୍ ଚାଲିଛି ବୋଲି କହିଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

Leave a Reply

Your email address will not be published. Required fields are marked *