IPL 2022: ନୂଆ ନାଁ ଘୋଷଣା ଘୋଷଣା କଲା ଅହମ୍ମଦାବାଦ ଦଳ, ଜାଣନ୍ତୁ କ’ଣ ରହିଛି ନାଁ

(ଦ କୁଇଭର): ସାମ୍ନାକୁ ଆସିଲା ଆଇପିଏଲର ନୂଆ ଦଳ ଅହମ୍ମଦାବାଦର ନାଁ । ଆଇପିଏଲ ନୂଆ ଦଳ ଅହମ୍ମଦାବାଦ ଏବେ ନିଜର ନୂଆ ନାମ ଘୋଷଣା କରିଛି । ଆଇପିଏଲ୍ ୨୦୨୨ରେ ସାମିଲ ହେବାକୁ ଥିବା ଏହି ଫ୍ରାଞ୍ଚାଇଜ୍ ନିଜର ନାମ ରଖିଛି ‘ଅହମ୍ମଦାବାଦ୍ ଟାଇଟନ୍ସ’। ତେବେ ସୋମବାର ଦଳ ସୋସିଆଲ୍ ମିଡିଆ ଜରିଆରେ ନିଜର ନାମ ଘୋଷଣା କରିଛି । ତେବେ ଚଳିତ ଥର ଆଇପିଏଲରେ ଆଉ ଦୁଇଟି ଦଳ ସାମିଲ ହେବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ, ଅହମଦାବାଦ ଟିମର ମାଲିକାନା ସିବିସି କ୍ୟାପିଟାଲ ପାଖରେ ରହିଛି । ଦଳ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର କ୍ୟାପଟେନ୍ ମନୋନୀତ କରିଛି । ଏହାସହ ରସିଦ ଖାନ ଓ ଶୁଭମନ୍ ଗିଲ ମଧ୍ୟ ଦଳର ଷ୍ଟାର ପ୍ଲେୟାର ଭାବେ ବଛା ହୋଇଛନ୍ତି ।ବିଶ୍ୱର ସବୁଠାରୁ ଧନୀ ଟି -୨୦ ଲିଗ୍ ଆଇପିଏଲର ୧୫ତମ ସିଜନରେ ୧୦ ଟି ଦଳ ପ୍ରବେଶ କରିବେ । ଏହି ସିଜିନରେ ଦୁଇଟି ନୂତନ ଦଳ ଯୋଡାଯିବ, ଗୋଟିଏ ହେଉଛି ଲକ୍ଷ୍ନୌ ଏବଂ ଅନ୍ୟଟି ଅହମ୍ମଦାବାଦ । ମେଗା ନିଲାମର କିଛି ଦିନ ପୂର୍ବରୁ ଲକ୍ଷେ୍ନø ଦଳ ଏହାର ସରକାରୀ ନାମ ଘୋଷଣା କରିଥିଲା। ଆରପି ସଞ୍ଜୀବ ଗୋଏଙ୍କାଙ୍କ ମାଲିକାନାରେ ଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ ‘ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍’ ରଖାଯାଇଛି। ଆଉ ଏବେ ଅହମ୍ମଦାବାଦ ମଧ୍ୟ ନିଜର ନାଁ ଘୋଷଣା କରିଛି ।

Leave a Reply

Your email address will not be published. Required fields are marked *