ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଖୋଲିବ ପ୍ଲେ’ ସ୍କୁଲ

(ଦି କୁଇଭର): ସ୍କୁଲ ଓ କଲେଜ ଖୋଲିବା ପରେ ଘରୋଇ ପ୍ଲେ’ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଆଜି ଅନୁମତି ଦେଇଛନ୍ତି ରାଜ୍ୟ ସରକାର। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କ ପାଇଁ ପ୍ଲେ ସ୍କୁଲ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ପ୍ରି-ସ୍କୁଲର ଏକାଡେମିକ୍‌ ବର୍ଷ ୨୦୨୧-୨୨ ପାଇଁ ସ୍କୁଲ ୧୪ ଫେବୃଆରୀରୁ ଖୋଲିବ । କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରି ସ୍କୁଲ ପରିଚାଳନା କମିଟି ସ୍କୁଲ ଖୋଲିବେ ।

ଅନ୍ୟପକ୍ଷରେ ଆସନ୍ତା ୧୪ ତାରିଖରୁ ଖୋଲିବ କେଜିରୁ ସପ୍ତମ ପର୍ଯ୍ୟନ୍ତ। ସେଥିପାଇଁ ସ୍କୁଲ ଗୋଡ଼ିକୁ ସାନିଟାଇଜ୍‌ କରାଯାଉଛି। ସ୍କୁଲ ଖୋଲିଲେ କ୍ଲାସ୍‌ କେମିତି ହେବ? ତାହା ଉପରେ ଅଭିଭାବକଙ୍କ ସହିତ ଶିକ୍ଷକମାନେ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *