ସିରିଜ ହାତେଇଲା ଭାରତ, ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୪୪ ରନରେ କଲା ପରାସ୍ତ

(ଦି କୁଇଭର): ସିରିଜ ଜିତିଲା ଭାରତ । ୱେଷ୍ଟଇଣ୍ଡିଜକୁ ୪୪ ପରାସ୍ତ କରି ୨-୦ରେ ସିରିଜ ହାତେଇଲା ବ୍ଲୁ ବ୍ରିଗେଡ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି। ସିରିଜର ତୃତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ।

ଆଜି ଖେଳା ଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୩୭ ରନ କରିଥିଲା। ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ୬୪ ଓ କେଏଲ ରାହୁଲ ୪୯ ରନ କରିଥିଲେ । ୨୩୮ ରନର ଜବାବରେ ଓ୍ଵେଷ୍ଟଇଣ୍ଡିଜ ୪୬ ଓଭରରେ ୧୯୩ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ସାମରା ବ୍ରୁକ୍ସ ୪୪ ରନ କରିଥିବା ବେଳେ ଆକେଲ  ହସେନ ୩୪ ରନ କରିଛନ୍ତି। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୯ ଓଭରରେ ମାତ୍ର ୧୨ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିଆର କରିଥିଲେ ।

Leave a Reply

Your email address will not be published. Required fields are marked *