ସ୍ତ୍ରୀର କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା ସ୍ୱାମୀ

(ଦ କୁଇଭର): ସ୍ୱାମୀ ଭୂଲିଗଲା ସାତ ଜନ୍ମ ପାଇଁ ସ୍ତ୍ରୀ ହାତ ଧରିଥିବା ପ୍ରତିଜ୍ଞା । ପାଲଟିଗଲା ପିଶାଚ। ନର ରାକ୍ଷସ ସାଜି ନିଜ ସ୍ତ୍ରୀକୁ ହିଁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କଲା । କେବଳ ସେତିକି ନୁହେଁ ହତ୍ୟା କରିବା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ବିଚରାସ୍ତାରେ ବୁଳିଲା ପିଶାଚ ସ୍ୱାମୀ। ଏହାକୁ ଦେଖି ଆପଣମାନେ ବି କହିବେ, ଏମିତି କ’ଣ ଜଣେ ସ୍ୱାମୀ କରିପାରେ । ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଇରାନର ଏକ ସଡକରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/NilofarAyoubi/status/1490069026478899208?s=20&t=sOPxuVU4QnTypJEa9TIN-A

ଇରାନରେ ଜଣେ ବ୍ୟକ୍ତି ପରକୀୟ ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ବିଭତ୍ସ ରୂପେ ହତ୍ୟା କରିଛି। ଏହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀର ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି। ଏହାପରେ ମୁହଁରେ ହସ ଆଉ ଗୋଟିଏ ହାତରେ କଟା ମୁଣ୍ଡ ଏବଂ ଆଉ ଗୋଟିଏ ହାତରେ ଧାରିଆ ଅସ୍ତ୍ର ଧରି ରାସ୍ତା ଉପରେ ବୁଲିଛି ଅଭିଯୁକ୍ତ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଇରାନ ପୁଲିସ ଉକ୍ତ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି। ଏଥିସହ ଏହି ହତ୍ୟାରେ ସମ୍ପୃକ୍ତ ଥିବା ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଏବଂ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବତୀ ଜଣକ ହେଲେ ମୋନା ହେଦରୀ। ତାଙ୍କ ବୟସ ୧୭ ବର୍ଷ। ମୋନାଙ୍କୁ ତାଙ୍କ ସ୍ୱାମୀ ଓ ଦେଢ଼ଶୁର ମିଶି ଇରାନ ଦକ୍ଷିଣ-ପଶ୍ଚିମ ସହର ଅହଭାଜରେ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ସୋମବାର ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପୁରୁଷ ହସି ହସି ମହିଳାଙ୍କ କଟା ମୁଣ୍ଡ ଧରିଛି। ତାଙ୍କର ଆଉ ଗୋଟିଏ ହାତରେ ଏକ ବଡ ଛୁରୀ ମଧ୍ୟ ଅଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *