ମାଉସୀ ମା’ ମନ୍ଦିରରେ ବନ୍ଦ ହୋଇଥିଲା ପୋଡ଼ପିଠା: କାହିଁକି ଜାଣନ୍ତୁ ?

(ଦ କୁଇଭର): ମାଉସୀମା ମନ୍ଦିରରେ ହୋଇନାହିଁ ପୋଡ଼ପିଠା, କି ମହାପ୍ରଭୁଙ୍କ ପାଖରେ ମଧ୍ୟ ଲାଗି ହୋଇନାହିଁ । ଥରେ କି ଦୁଇଥର ନୁହେଁ ରଥଯାତ୍ରା ଇତିହାସରେ ଶତାଧିକ ବର୍ଷ ଧରି ଏମିତି ଦେଖିବାକୁ ମିଳିଥିଲା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ସତ । ଷଷ୍ଠ ଶତାବ୍ଦୀର କଥା । ରକ୍ତମୁଖା ଥିଲେ ରକ୍ତ ବାହୁ । ଲକ୍ଷ୍ୟ ଥିଲା ବଡ଼ ଦେଉଳକୁ ଆକ୍ରମଣ କରିବ । ହଜାର ହଜାର ସୈନିକଙ୍କ ସହ ମାଡ଼ି ଆସିଥିଲେ ଶ୍ରୀମନ୍ଦିର ଅଭିମୁଖେ। ଠାକୁରଙ୍କୁ ନେଇଯିବେ। କିନ୍ତୁ ରକ୍ତ ବାହୁ କବଳରୁ ମହାପ୍ରଭୁଙ୍କୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଲେ ସେବକ । ଠାକୁରଙ୍କୁ ଶ୍ରୀମନ୍ଦିରରୁ ନେଇ ପଳାଇଲେ। ଶ୍ରୀମନ୍ଦିରରେ ନଥିଲେ ଠାକୁର। ବଡ଼ ଦେଉଳର ରତ୍ନସିଂହାସନ ଥିଲା ଖାଲି । ରଥଯାତ୍ରା ହେଉ ନଥିଲା । ପତିତ ଉଦ୍ଧାର ପାଇଁ ରଥରେ ବାହାରୁ ନଥିଲେ ମହାପ୍ରଭୁ । ସବୁ ବନ୍ଦ ଥିଲା । କାଳିଆ ସାଆନ୍ତେ ରଥରେ ଆସୁନଥିବାରୁ ଲାଗି ହେଉନଥିଲା ପୋଡ଼ ପିଠା । ମାଉସୀ ମାଆଙ୍କ ଦେଉଳରେ ପ୍ରସ୍ତୁତ ବି ହେଉନଥିଲା ପୋଡ଼ପିଠା ।

ଯବନଙ୍କ ଭୟରେ ମହାପ୍ରଭୁଙ୍କୁ ସେବକମାନେ ଲୁଚାଇ ନେଇ ପାତାଳୀ କରିଥିଲେ । ସୋନପୁରର ୧୪୪ବର୍ଷ ପାତାଳୀ ହୋଇ ରହିଥିଲେ ଠାକୁର । ସେହି ସମୟରେ ବନ୍ଦ ରହିଥିଲା ପୋଡ଼ପିଠା । କେବଳ ସେହି ସମୟ ନୁହେଁ, ଯେତେବେଳେ ବି ରଥଯାତ୍ରା ବନ୍ଦ ରହିଛି ମାଉସୀମାଙ୍କ ମନ୍ଦିରରେ ପ୍ରସ୍ତୁତ ହୋଇନାହିଁ ପୋଡ଼ପିଠା । କିନ୍ତୁ ଏବେ ନିୟମିତ ଭାବେ ହେଉଛି ପୋଡ଼ପିଠା ଭୋଗ । ପ୍ରତିବର୍ଷ ରଥଯାତ୍ରାରେ ସେବକମାନେ ପୋଡ଼ପିଠା ଭୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *