ପରୀକ୍ଷାକୁ ନେଇ ବଡ଼ ଖବର: ଅଫଲାଇନରେ ହେବ ପରୀକ୍ଷା

(ଦ କୁଇଭର): ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର । ଅଫଲାଇନରେ ହେବ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅଫଲାଇନରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆସରିଛି । ପିଲାଙ୍କ କୋର୍ସ ସରିବା ପରେ ପରୀକ୍ଷା ହେବ । ଯେଉଁ ସମୟରେ ପରୀକ୍ଷା ହବା କଥା, ଠିକ୍ ସେହି ସମୟରେ ହେବ ପରୀକ୍ଷା।

ଗତ ୭ ତାରିଖରୁ ସାରା ରାଜ୍ୟରେ ଅଷ୍ଟମ ଶ୍ରେଣୀରୁ ସ୍କୁଲ ଖୋଲି ସାରିଛି । ସେହିପରି ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଯାଉଛି । ଏହାପୂର୍ବରୁ କେମିତି ପରୀକ୍ଷା ହେବ ତା ଉପରେ ବଡ ସୂଚନା ଦେଇଛନ୍ତି ମନ୍ତ୍ରୀ । କରୋନା ପାଇଁ ମାସେ ହେବ ସ୍କୁଲ ବନ୍ଦ ଥିଲା । ଏବେ ପରିସ୍ଥିତିରେ ସୁଧାର ଆସିବା ପରେ ପୁଣି ସ୍କୁଲ ଖୋଲିଛି । ବର୍ତ୍ତମାନ ସାରା ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତେଣୁ ଜୀବନଯାତ୍ରା ମଧ୍ୟ ସ୍ୱଭାବିକ ହେବାରେ ଲାଗିଛି । ତେଣୁ ଖୁବଶୀଘ୍ର ଅଫଲାଇନରେ ପରୀକ୍ଷା ହେବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *