ବିଜେଡି ପ୍ରଚାରରେ ସରକାରୀ ଶିକ୍ଷକ

(ଦ କୁଇଭର): ବିଜେଡି ନିର୍ବାଚନ ପ୍ରଚାରରେ ଲାଗିଛନ୍ତି ସରକାରୀ ଶିକ୍ଷକ । ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନ ମୈଦାନ ସେତେ ସରଗରମ ହେବାରେ ଲାଗିଛି । ସବୁ ପ୍ରାର୍ଥୀ ଭୋଟରକୁ ଆକୃଷ୍ଟ କରିବାକୁ ଜି ଜାନ୍ ଲଗାଇ ଦେଇଛନ୍ତି । ଆଉ ଏହାରି ଭିତରେ ବିଞ୍ଝାରପୁରର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଏକ ନିର୍ବାଚନୀ ସଭାରେ ଜଣେ ସରକାରୀ ଶିକ୍ଷକ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଂଝାରପୁର ବ୍ଲକର ଅଳକୁଣ୍ଡ ପଞ୍ଚାୟତରେ ଏକ ନିର୍ବାଚନୀ ସଭାରେ ଭୋଟରଙ୍କୁ ପ୍ରମିଳା ମଲ୍ଲିକ ଖୁଲମ ଖୁଲା ଧମକ ଦେଉଥିବା ଦେଖିବାକୁ ମିଳିଛି । ଆଉ ସେହି ସଭାରେ ଏହି ସରକାରୀ ଶିକ୍ଷକ ମହୋଦୟ ଉପସ୍ଥିତ ଅଛନ୍ତି ।

ଉକ୍ତ ସରକାରୀ ଶିକ୍ଷକଙ୍କ ନାଁ SK. MD OKil । ସେ ଅଳକୁଣ୍ଡ ମସଜିଦ ନୋଡାଲ ସ୍କୁଲରେ ଶିକ୍ଷକ ଅଛନ୍ତି ବୋଲି ଜଣାପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ଶିକ୍ଷକମାନଙ୍କୁ ଦରମା ଦେଇ ରଖିଛନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଇ ବାକୁ ନା ବିଜେଡି ଦଳର ପ୍ରଚାର ପ୍ରସାର କରିବାକୁ । ଯଦି ଶିକ୍ଷକମାନେ ଏପରି ପ୍ରଚାରରେ ଲାଗିବେ ତେବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା କେଉଁ ଆଡକୁ ଯିବ ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ।

Leave a Reply

Your email address will not be published. Required fields are marked *