ଲକ୍ଷ୍ମୀପୁର ଖେରୀ ହିଂସା ମାମଲା: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଜାମିନ୍

(ଦ କୁଇଭର): ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ୍ । ଜେଲରୁ ବାହାରିବେ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ର ଓରଫ୍ ମୋନୁ। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ହାଇକୋର୍ଟର ଲକ୍ଷେ୍ନø ବେଞ୍ଚ ଆଜି ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ରାଜୀବ ସିଂଙ୍କ ଏକକ ବେଞ୍ଚ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୧୮ରେ, ଲକ୍ଷେ୍ନø ବେଞ୍ଚ ଶୁଣାଣି ପରେ ଏହାର ନିଷ୍ପତ୍ତି ସଂରକ୍ଷିତ କରି ରଖିଥିଲେ । ଗତ ବର୍ଷ ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରି ଜିଲ୍ଲାର ଟିକୋନିୟା ଗ୍ରାମରେ ଆଶିଷ ମିଶ୍ର ବିରୋଧୀ ଚାଷୀଙ୍କ ଉପରେ ଜିପ୍ ଚଢାଇ ଦେଇଥିବା ଅଭିଯୋଗ ହୋଇଛି।

ସମଗ୍ର ଘଟଣା ଏକ ସୁଚିନ୍ତିତ ଷଡଯନ୍ତ୍ର- ଏସଆଇଟି
ମାମଲାର ଅନୁସନ୍ଧାନ କରୁଥିବା ଏସଆଇଟି ଏହାର ଅନୁସନ୍ଧାନରୁ ଜଣାପଡିଛି ଯେ, ଚାଷୀଙ୍କୁ ଗାଡିରେ ଚଢାଇଦେବା ପୁରା ଘଟଣା ଏକ ଯୋଜନାବଦ୍ଧ ଷଡଯନ୍ତ୍ର। ଏହା ପରେ ଏସଆଇଟି ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ଯେଉଁଥିରେ ଆଶିଷ ମିଶ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମୁଦାୟ ୧୬ ଜଣଙ୍କୁ ଏସଆଇଟି ଦ୍ୱାରା ଅଭିଯୁକ୍ତ କରାଯାଇଥିଲା। ଅଭିଯୁକ୍ତଙ୍କ ଉପରେ ଏସଆଇଟି ଆଇପିସି ଧାରା ୩୦୭, ୩୨୬, ୩୦୨, ୩୪,୧୨୦ ବି, ୧୪୭, ୧୪୮,୧୪୯, ୩/୨୫/୩୦ ଲାଗୁ କରିଛି ।

ସୂଚନାନୁଯାୟୀ, ଗତ ବର୍ଷ ଅକ୍ଟୋବର ୩ ରେ କୃଷି ଆଇନକୁ ବିରୋଧ କରୁଥିବା ଏକ କାର୍ୟ୍ୟକ୍ରମରୁ ଫେରୁଥିବାବେଳେ ଲକ୍ଷ୍ମୀପୁର ଖେରୀର ଟିକୁନିଆରେ ଚାରିଜଣ ଚାଷୀଙ୍କୁ ଏକ କାର ଧକ୍କା ଦେଇଥିଲା। ଏହି ଘଟଣା ପରେ ଘଟିଥିବା ହିଂସାରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା। କୃଷକମାନେ ଅଭିଯୋଗ କରିଥିଲେ ଯେ ସେହି କାରରେ ଅଜୟ ମିଶ୍ର ଟେନିଙ୍କର ଏବଂ ତାଙ୍କ ପୁଅ ଆଶିଷ ମିଶ୍ର ଏଥିରେ ଅଛନ୍ତି। ଅନେକ ଦିନର ହିଂସା ପରେ ଆଶିଷ ମିଶ୍ରଙ୍କୁ ୯ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *