ବିପଦରେ ବାଘ ସମ୍ପ୍ରଦାୟ: ବର୍ଷକରେ ୧୦୬ ବାଘଙ୍କ ମୃତ୍ୟୁ

(ଦ କୁଇଭର): ଦେଶରେ କମୁଛି ବାଘଙ୍କ ସଂଖ୍ୟା । ଦେଶରେ ବାଘର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ସତ୍ତେ୍ୱ ମଧ୍ୟ ସେମାନଙ୍କ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଗୁରୁବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ, ବିଭିନ୍ନ କାରଣରୁ ୨୦୨୦ ରେ ୧୦୬ ଟି ବାଘଙ୍କର ମୃତ୍ୟୁ ଘଟିଛି। ଯାହା ୨୦୨୧ ରେ ୧୨୭ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ, ୨୦୧୯ରେ ବାଘ ମୃତ୍ୟୁ ସଂଖ୍ୟା ୯୬ ଥିଲା । ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି ଯେ ବୃଦ୍ଧାବସ୍ଥା, ବାଘ ବାଘ ମଧ୍ୟରେ ଲଢେଇ, କରେଣ୍ଟ ଏବଂ ପୋଚିଂ ବାଘର ମୃତ୍ୟୁର ପ୍ରାୟତଃ ପ୍ରମୁଖ କାରଣ। ତେବେ ଏହିଭଳି ଭାବେ ଯଦି ବାଘଙ୍କର ମୃତ୍ୟୁ ହୁଏ ତେବେ ଖୁବଶୀଘ୍ର ବାଘଙ୍କ ସଂଖ୍ୟା ଲୋପ ପାଇଯିବ ବୋଲି ପରିବେଶବିତ୍ ମାନେ କୁହନ୍ତି ।

Leave a Reply

Your email address will not be published. Required fields are marked *