ବିନା ପାଇଲଟରେ ଉଡ଼ିଲା ହେଲିକେପ୍ଟର

(ଦ କୁଇଭର): ପ୍ରତିରକ୍ଷା କ୍ଷେତ୍ରରେ ଭାରତ ରଚିଲା ଆଉ ଏକ ନୂଆ ଇତିହାସ । ଅଟୋମେସନ୍ ଓ ବାର୍ ଫେୟାର ଦୁନିଆରେ ଆମେରିକା ରଚିଛି ଆଉ ଏକ ମାଇଲଖୁଣ୍ଟ । ଯୁଦ୍ଧରେ ସାମିଲ ହେଉଥିବା ବ୍ଲାକ୍ ହଗ୍ ହେଲିକପ୍ଟର କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଉନ୍ମୋଚିତ ହୋଇଛି । ବିନା ପାଇଲଟରେ ଏହି ହେଲିକପ୍ଟର ଉଡିଛି । ବିନା ପାଇଲଟରେ ଏହି ହେଲିକପ୍ଟର ପାଖାପାଖି ୪୦୦୦ ଫୁଟ ଉଚ୍ଚରେ ଘୁରି ବୁଲିଥିବା ଦେଖିବାକୁ ମିଳିଛି । ଏହା ଘଣ୍ଟାକୁ ୧୧୫ରୁ ୧୨୫ ମାଇଲ ଅତିକ୍ରମ କରିଥିଲା।

ପାଇଲଟ ବିହୀନ ହେଲିକପ୍ଟରର ଉଡାଣକୁ ପରୀକ୍ଷା କରିବା ପାଇଁ ଆମେରିକାର କେଣ୍ଟୁକି ସହରରେ ଏକ କାଳ୍ପନିକ ସହର ପ୍ରସ୍ତୁତ କରାଯାଇଥିଲା । ଏଥିରେ ସୁଉଚ୍ଚ ଅଟ୍ଟାଳିକା ସହ ବଡ ବଡ ଗଛ ମଧ୍ୟ ନିର୍ମାଣ କରାଯାଇଥିଲା । ଏସବୁକୁ ଅତି ସହଜରେ ପାରି କରି ଦକ୍ଷତାର ସହ ଉଡାଣ କରିଥିଲା ପାଇଲଟ୍ ବିହୀନ ବ୍ଲାକ ହଗ୍ ହେଲିକପ୍ଟର ।

ଆମେରିକାର ପ୍ରତିରକ୍ଷା କ୍ଷେତ୍ରରେ ଏପରି ଅଭୂତପୂର୍ବ ସଫଳତାକୁ ନେଇ ଏବେ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ଚିନ୍ତା ବଢିଯାଇଛି । ଏହି ହେଲିକପ୍ଟର ୩ଟି ପ୍ରମୁଖ ଉଦ୍ଦେଶ୍ୟକୁ ପୂରଣ କରିବ । ପ୍ରଥମେ ସେନା ପାଇଲଟ ମାନଙ୍କ ଜୀବନକୁ ରକ୍ଷା କରିବା ସହ ଆପାତକାଳୀନ ସ୍ଥିତିରେ ମୁତୟନ ହେବ । ଏହାସହ ଏହାଦ୍ୱାରା ସେନାର ଖର୍ଚ୍ଚ ମଧ୍ୟ କାଟ ହୋଇପାରିବ ବୋଲି ଏହାକୁ ଉନ୍ନିତ କରିଥିବା ଡିଫେନ୍ସ ରିସର୍ଚ୍ଚର ପ୍ରୋଗ୍ରାମ ମ୍ୟାନେଜର ଷଟୁଆର୍ଟ ୟଙ୍ଗ୍ କହିଛନ୍ତି ।

Leave a Reply

Your email address will not be published. Required fields are marked *