Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଗାଡ଼ି ଚଳାଇବା ବେଳେ ଫୋନରେ କଥା ହେଲେ କଟିବନି ଚାଲାଣ

(ଦ କୁଇଭର): ଗାଡ଼ି ଚାଳକଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଛନ୍ତି କି? ଯଦି କଥା ହେଉଥାନ୍ତି ତେବେ ଚାଲାଣ କଟିବାର ଭୟ ନିଶ୍ଚୟ ଥିବ। ହେଲେ ଏବେ ଆଉ ଏନେଇ ଚିନ୍ତା କରନ୍ତୁ ନାହିଁ । କାହିଁକି ନା କାର୍ କିମ୍ବା ଅନ୍ୟ ଗାଡି ଚଲାଇବା ସମୟରେ ଫୋନରେ କଥା ହେଲେ ଆଉ ଫାଇନ୍ ଲାଗିବନି । ହେଲେ ଏନେଇ କିଛି ସର୍ତ୍ତ ରଖିଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ।

କାର୍ ଚଲାଇବା ସମୟରେ ଚାଳକ ଫୋନରେ କଥାବାର୍ତ୍ତା ହୋଇପାରିବେ । କିନ୍ତୁ ଏଥିପାଇଁ ତାଙ୍କୁ କିଛି ସର୍ତ୍ତ ପାଳନ କରିବାକୁ ପଡ଼ିବ । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟର ଗାଇଡଲାଇନ୍ ଅ୍ରନୁଯାୟୀ, ଚାଳକଙ୍କ ଫୋନ୍ ହ୍ୟାଣ୍ଡ ଫ୍ରି ଡିଭାଇସ୍ ସହ ସଂଲଗ୍ନ ହୋଇଥିବା ଜରୁରୀ । ଏହା ସହ ଫୋନ୍ କାରରେ ନୁହେଁ ବରଂ ଚାଳକଙ୍କ ପକେଟରେ ଥିବା ଦରକାର । ଏସବୁ ସର୍ତ୍ତକୁ ମାନି ଯଦି ଚାଳକ ଫୋନରେ କଥା ହେଉଛନ୍ତି କିନ୍ତୁ ଚାଲାଣ କଟିଲା ତେବେ ଚାଳକ କୋର୍ଟର ଆଶ୍ରୟ ନେଇପାରିବେ। ଯଦି ଫୋନ୍ ହ୍ୟାଣ୍ଡ ଫ୍ରି ଡିଭାଇସ୍ ସହ ସଂଲଗ୍ନ ହୋଇଛି ତେବେ ଏହାକୁ ଭାରତୀୟ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ ।

Exit mobile version