ପରଲୋକରେ ବିଶିଷ୍ଟ ଉଦ୍ୟୋଗପତି ରାହୁଲ ବଜାଜ୍

(ଦ କୁଇଭର): ପରଲୋକରେ ରାହୁଲ ବଜାଜ । ଦେଶର ଜଣେ ବଡ ଉଦ୍ୟୋଗପତି ତଥା ବଜାଜ୍ କମ୍ପାନୀର ପୁର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ଥିବା ବେଳେ ଆଜି ପୁଣେ ଠାରେ ତାଙ୍କର ଦେହାନ୍ତ ହୋଇଛି । ସେ ୧୯୭୨ ମସିହାରେ ବଜାଜ୍ କମ୍ପାନୀର ଦାୟିତ୍ୱ ସମ୍ଭାଳି ଥିଲେ । ଏହାପରେ ଦୀର୍ଘ ୫୦ ବର୍ଷ ପର୍ୟ୍ୟନ୍ତ ସେ କମ୍ପାନୀର ଚେୟାରମ୍ୟାନ ପଦରେ ରହି କମ୍ପାନୀକୁ ଆଗକୁ ନେବାରେ ସଫଳ ହୋଇଥିଲେ । କମ୍ପାନୀର ସଫଳତା ପଛରେ ତାଙ୍କର ବହୁତ ବଡ଼ ହାତ ଅଛି ବୋଲି କୁହାଯାଏ ।

ଦେଶର ସଫଳତମ ଉଦ୍ୟୋଗପତି ରାହୁଲ ବଜାଜ ଦୁଇଚକିଆ ଓ ତିନି ଚକିଆ ଗାଡି ନିର୍ମାଣ କରି ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଥିଲେ । ଏହାସହ ସେ ରାଜନୀତିରେ ବି ପାଦ ରଖିଥିଲେ । ସେ ୨୦୦୬ ରୁ ୨୦୧୦ ପର୍ୟ୍ୟନ୍ତ ରାଜ୍ୟସଭା ସସଦ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାସହ ସେ ବଜାଜ କମ୍ପାନୀର ଚେୟାରମ୍ୟାନ ଥିବା ବେଳେ ବଜାଜ ସ୍କୁଟର ନିର୍ମାଣ କରିବାରେ କମ୍ପାନୀକୁ ପ୍ରଥମ ସ୍ଥାନରେ ପହଂଚାଇ ପାରିଥିଲେ । ସେ ୨୦୦୫ ମସିହାରେ ନିଜ ପୁଅ ହାତରେ କମ୍ପାନୀର ଦାୟିତ୍ୱ ଦେଇ ତାଙ୍କୁ କମ୍ପାନୀର ଏମଡି ପଦରେ ଅବସ୍ଥାପିତ କରିଥିଲେ । ତାଙ୍କର ସଫଳତା ପାଇଁ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମ ବିଭୁଷଣ ଉପାଧିରେ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *