ରାଜନୀତିରେ ଥିଲେ ଅଗ୍ନିବର୍ଷି ନେତ୍ରୀ: ମାତ୍ର ୨୫ ବର୍ଷ ବୟସରେ ହୋଇଥିଲେ ମନ୍ତ୍ରୀ

(ଦ କୁଇଭର): ଆଜି ହୁଏତ ସେ ଆମ ଗହଣରେ ନାହାନ୍ତି । କିନ୍ତୁ ଭାରତର ଜଣେ ଶକ୍ତିଶାଳୀ ମହିଳା ରାଜନେତା ଭାବେ ତାଙ୍କୁ ଆଜି ବି ସାରା ଦେଶ ମନେ ପକାଉଛି । ଜଣେ ଅଗ୍ନିବର୍ଷୀ ନେତ୍ରୀଭାବେ ସେ ବେଶ୍ ପରିଚିତ । ଆଜି ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଜନ୍ମ ବାର୍ଷିକୀ । ଯେତେବେଳେ ବି ସଂସ୍କୃତ ଭାଷା କଥା ସାମ୍ନାକୁ ଆସେ । ବ୍ୟାଙ୍କକରେ ପଣ୍ଡିତମାନଙ୍କ ସଭାରେ ଦିଆଯାଇଥିବା ତାଙ୍କର ସଂସ୍କୃତ ଭାଷଣ ସ୍ମରଣୀୟ ହେବ । ସେ ସୁଯୋଗ ପାଇଲେ, ସେ ତାଙ୍କ ଭାଷଣ ପାଇଁ ହିନ୍ଦୀ କିମ୍ବା ସଂସ୍କୃତ ଭାଷା ବାଛିଥା’ନ୍ତି । ସେ କେବଳ ହିନ୍ଦୀ, ସଂସ୍କୃତରେ ନୁହେଁ ବରଂ ଇଂରାଜୀ, ହରିୟାନଭି, ପଞ୍ଜାବୀ, ଉର୍ଦ୍ଦୁ ଏବଂ କନ୍ନଡରେ ମଧ୍ୟ ପାରଙ୍ଗମ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସମୟରେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ ଏବଂ ଯେତେବେଳେ ବି କୌଣସି ନାଗରିକ ତାଙ୍କୁ ଟ୍ୱିଟର ମାଧ୍ୟମରେ କୌଣସି ପ୍ରକାରର ସାହାଯ୍ୟ ମାଗିଥିଲେ, ସୁଷମା ବିଳମ୍ବ ନକରି ସେମାନଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କ ଉଦ୍ୟମରେ ସେ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ନିରାପଦରେ ଭାରତକୁ ଫେରାଇ ଆଣିଥିଲେ।

ଫେବୃଆରୀ ୪, ୧୯୫୨ରେ ହରିୟାଣାର ଅମ୍ବାଲା କ୍ୟାଣ୍ଟନମେଣ୍ଟରେ ଜନ୍ମଗ୍ରହଣ କରିଥିବା ସୁଷମା ତାଙ୍କ ୭୦ ଦଶକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରେ ଯୋଗ ଦେଇଥିଲେ। ତାଙ୍କ ପିତା ହରଦେବ ଶର୍ମା ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ଜଣେ ସମ୍ମାନିତ ସଦସ୍ୟ ଥିଲେ। ତାଙ୍କ ପରିବାର ମୂଳତ ଲାହୋରର ଧରାମପୁରାରୁ ଆସିଥିଲେ। ଯାହା ବର୍ତ୍ତମାନ ପାକିସ୍ତାନରେ ଅନ୍ତଃଭୁକ୍ତ । ସଂସ୍କୃତ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିବା ସୁଷମାଙ୍କୁ ମଧ୍ୟ ତାଙ୍କ କଲେଜରେ ଶ୍ରେଷ୍ଠ ଛାତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୭୫ରେ, ସେ ‘ସ୍ୱରାଜ କୌଶଲ’ଙ୍କୁ ବିବାହ କରିଥିଲେ । ସ୍ୱରାଜ ଜଣେ ଭାରତୀୟ ରାଜନେତା ଏବଂ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ। ଏହା ବ୍ୟତୀତ ସେ ମିଜୋରାମର ରାଜ୍ୟପାଳ ଭାବରେ ମଧ୍ୟ କାର୍ୟ୍ୟ କରିଛନ୍ତି। ସୁଷମା ଏବଂ ସ୍ୱରାଜଙ୍କର ଏକ ଝିଅ ମଧ୍ୟ ଅଛି ।

୧୯୭୭ ମସିହାରେ ସେ ହରିଆଣା ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହା ଏକ ବଡ ଉପଲବ୍ଧି କି ତାଙ୍କୁ ଯେତେବେଳେ ମାତ୍ର ୨୫ ବର୍ଷ ବୟସ ହୋଇଥିଲା ସେ ହରିଆଣା ସରକାରରେ ଜଣେ ମନ୍ତ୍ରୀ ହୋଇପାରିଥିଲେ । ଏହାପରେ ୧୯୭୯ ମସିହାରେ ତାଙ୍କୁ ବିଜେପି ପାର୍ଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏହାପରେ ସୁଷମା ସବୁଠାରୁ କମ ବୟସର କ୍ୟାବିନେଟ ମନ୍ତ୍ରୀ ହୋଇପାରିଥିଲେ ।

ସେ ଜାତୀୟ ରାଜନୀତିରେ ପାଦଦେବା ପରେ ୭ ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ତାଙ୍କୁ ସଂସଦରେ ଉକ୍ରୁଷ୍ଠ ସାଂସଦ ଭାବେ ପୁରସ୍କୃତ କରାଯାଇଥିଲା। ୧୯୯୬ ମସିହାରେ ସେ ଅଟଳ ବିହାରୀ ବାଜପେୟୀ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ୧୯୯୮ ମସିହାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଛାଡି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିଥିଲେ । ଏହାସହ ଏକ ରାଜନୈତିକ ଦଳରେ ମହିଳା ପ୍ରବକ୍ତା ଭାବେ ପ୍ରଥମେ ସୁଷମା ସ୍ୱରାଜଙ୍କୁ ନିଯୁକ୍ତି ମିଳିଥିଲା । ତାଙ୍କର କଥା କହିବାର ଶୈଳୀ ପାଇଁ ସେ କ୍ରମାଗତ ୩ ବର୍ଷ ରାଜ୍ୟ ସ୍ତରୀୟ ସର୍ବଶ୍ରେଷ୍ଠ ହିନ୍ଦି ପ୍ରବକ୍ତା ପୁରସ୍କାର ମିଳିଥିଲା ।

Leave a Reply

Your email address will not be published. Required fields are marked *