Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୫୪ଟି ଚାଇନିଜ୍ ଆପ୍ ବ୍ୟାନ୍ କଲା ଭାରତ

(ଦ କୁଇଭର): ଚାଇନା ଉପରେ ପୁଣି ଭାରତର ଡିଜିଟାଲ ଷ୍ଟ୍ରାଇକ୍ । ଭାରତ ସରକାର ଦେଶରେ ୫୪ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟଙ୍କ ଗୋପନୀୟତା ତଥା ନିରାପତ୍ତା ପ୍ରତି ବିପଦ ଥିବା ୫୪ ରୁ ଅଧିକ ଚାଇନିଜ୍ ଆପକୁ କେନ୍ଦ୍ର ସରକାର ନିଷେଧାଦେଶ ଜାରି କରିଛନ୍ତି। ଏହି ଆପଗୁଡ଼ିକ ମଧ୍ୟରୁ ଅନେକ ଟେନ୍ସେଣ୍ଟ, ଆଲିବାବା ଏବଂ ଗେମିଂ କମ୍ପାନୀ ପରି ବଡ ଚାଇନିଜ୍ ଟେକ୍ନୋଲୋଜି କମ୍ପାନୀଗୁଡିକର ଅନ୍ତଃର୍ଭୁକ୍ତ । ୨୦୨୦ରେ ଭାରତ ଦ୍ୱାରା ନିଷେଧାଦେଶ ପରେ ଏହି ଆପଗୁଡିକ ପୁନଃ ବ୍ରାଣ୍ଡ କରାଯାଇଥିଲା ଏବଂ ଭାରତରେ ଲଞ୍ଚ କରାଯାଇଥିଲା।

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଏହି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇ କହିଛି ଯେ, ଏହି ଆପଗୁଡ଼ିକ ଭାରତୀୟ ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ତଥ୍ୟକୁ ଚୀନ୍ ଭଳି ବିଦେଶୀ ଦେଶକୁ ସ୍ଥାନାନ୍ତର କରୁଛି । ଏହି ଆପ୍ସକୁ ରୋକିବା ପାଇଁ ଗୁଗୁଲର ପ୍ଲେ ଷ୍ଟୋର ସମେତ ଟପ୍ ଆପ୍ ଷ୍ଟୋର୍ଗୁଡିକ ମଧ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଜଣେ ଅଧିକାରୀ କହିଛନ୍ତି, “ପ୍ଲେ ଷ୍ଟୋର ଜରିଆରେ ଭାରତରେ ୫୪ ଟି ଆପ୍ ବ୍ୟବହାର ହୋଇସାରିଛି।

ଏପର୍ୟ୍ୟନ୍ତ ୨୨୪ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ
ଜୁନ୍ ୨୦୨୦ରେ ଭାରତ ପ୍ରଥମେ ଚାଇନିଜ୍ କମ୍ପାନୀଗୁଡିକର ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଗାଲୱାନ ଉପତ୍ୟକାରେ ଚାଇନାର ସୈନିକମାନଙ୍କ ସହ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ଶହୀଦ ହେବା ପରେ ଏହି କାର୍ୟ୍ୟ କରାଯାଇଥିଲା। ଏହି ସଂଘର୍ଷରେ ଚୀନ୍ର ପ୍ରାୟ ୪୦ ସୈନିକ ମଧ୍ୟ ନିହତ ହୋଇଥିଲେ। ଏଥି ସହିତ, ଜୁନ୍ ୨୦୨୦ ରେ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଭାରତରେ ଏପର୍ୟ୍ୟନ୍ତ ୨୨୪ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଥମ ରାଉଣ୍ଡରେ ଭାରତ ସରକାର ୫୯ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ, ଯେଉଁଥିରେ ଟିକଟକ୍, ସେୟାରଚାଟ୍, ୱେଚ୍, ହେଲୋ, ଲାଇକ୍, ୟୁସି ନ୍ୟୁଜ୍, ବିଗୋ ଲାଇଭ୍, ୟୁସି ବ୍ରାଉଜର, ଇଏସ୍ ଫାଇଲ୍ ଏକ୍ସପ୍ଲୋରର ଏବଂ ମି କମ୍ୟୁନିଟି ଭଳି ଲୋକପ୍ରିୟ ପ୍ରୟୋଗ ଅନ୍ତର୍ଭୁକ୍ତ ଥିଲା।

Exit mobile version