Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଫେବୃଆରୀ ୧୬ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିବ ଋଷ !

(ଦ କୁଇଭର): ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ୟୁକ୍ରେନକୁ ୩ ପଟରୁ ଘେରି ରହିଛି ଋଷ । ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନର ରାଜଧାନୀ କିବରେ ମାରାଥନ କୂଟନୈତିକ ଓ ସାମରିକ ସଭା ଅନୁଷ୍ଠିତ ହେଉଛି । ଆମେରିକାର ଗୁପ୍ତଚର ସଂସ୍ଥା କହିଛି ଯେ, ବର୍ତ୍ତମାନ ସୁଦ୍ଧା ରୁଷିଆ ୟୁକ୍ରେନ୍ ସୀମାରେ ୧ ଲକ୍ଷ ୩୦ ହଜାର ସୈନିକ ମୂତୟନ କରିସାରିଲାଣି ।

ସେପଟେ ରବିବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ପ୍ରାୟ ୧ଘଣ୍ଟା ଧରି କଥା ହୋଇଥିଲେ ଏବଂ ତାଙ୍କୁ ୟୁକ୍ରେନ ଉପରେ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ବୁଝାଇଥିଲେ । ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି ଯେ, ଏହି ୬୦ ମିନିଟ୍ ବର୍ତ୍ତାଳାପ ଏହି ଯୁଦ୍ଧ ପରିସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ୟୁକ୍ରେନକୁ ଘେରିବା ପାଇଁ ଋଷ କ୍ଷେପଣାସ୍ତ୍ର, ବାୟୁସେନା, ନୌସେନା ଓ ସ୍ୱତନ୍ତ୍ର ବାହିନୀ ନିୟୋଜିତ କରିଛି ବୋଲି ଆମେରିକା ଗୁପ୍ତଚର ସଂସ୍ଥା କହିଛି । ଏହାସହ ଋଷ କଳା ସାଗରରେ ୬ଟି ଯୁଦ୍ଧ ଜାହଜ ଅବତରଣ କରିଛି । ଏହି ଜାହଜ ଗୁଡ଼ିକ ଆମ୍ଫିବିଆସ ବର୍ଗରେ ଆସିଥାନ୍ତି । ଅର୍ଥାତ୍ ଏହା ପାଣିରେ ଥାଇ ମଧ୍ୟ ଅନ୍ୟ ଏକ ମାଧ୍ୟମ ଦ୍ୱାରା ଆକ୍ରମଣ କରିବାରେ ସକ୍ଷମ ହେଉଛି ।

ବର୍ତ୍ତମାନ ବିଶ୍ୱର ମୁଖ୍ୟ ରାଷ୍ଟ୍ରପତି ଜୋ ବିଡେନ ଓ ତାଙ୍କର ଗୁପ୍ତଚର ସଂସ୍ଥା ଏହା ଜାରଇବାକୁ ଚେଷ୍ଟା କରୁଛନ୍ତି ଯେ, ଋଷ କେବେ ୟୁକ୍ରେନ ଉପରେ ଆକଅମଣ କରିବ? ଋଷ ବହୁତ ସତର୍କତା ଓ ରହସ୍ୟମୟ ଭାବେ ଆଗଉଛି । କିନ୍ତୁ ଆମେରିକାର ଗୁପ୍ତଚର ସଂସ୍ଥା ଋଷର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ।

ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଆମେରିକାର ଜଣେ ଗୁପ୍ତଚର ବିଶ୍ଳେଷଣ ଆଧାରରେ କହିଛନ୍ତି ଯେ, ଋଷିଆ ବୁଧବାର ଅର୍ଥାତ୍ ୧୬ ଫେବୃଆରୀରେ ନିଜ ଟାର୍ଗଟ ଉପରେ ହମଲା କରିପାରେ । କିନ୍ତୁ ଏହି ସୂଚନା ପ୍ରଦାନ କରୁଥିବା ଅଧିକାରୀଙ୍କୁ ଆମେରିକା ପ୍ରଶାସନ ତରଫରୁ ଗଣମାଧ୍ୟମ ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇନାହିଁ । କିନ୍ତୁ ଏହି ସୂଚନା କେତେ ସଠିକ୍ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Exit mobile version