୨୦୧୯ ଫେବୃଆରୀ ୧୪: ପୁଲୱାମା ବିସ୍ଫୋରଣରେ ଶହୀଦ ହୋଇଥିଲେ ୪୦ଜଣ ଭାରତୀୟ ଯବାନ

(ଦ କୁଇଭର): ୨୦୧୯, ଫେବୃଆରୀ ୧୪ । ସାରା ଦେଶ ଥରି ଉଠିଥିଲା । ଯେତେବେଳେ ସାରା ଦେଶ ଭାଲେଣ୍ଟାଇନ୍ ଡେ ହସଖୁସିରେ ପାଳନ କରୁଥିଲା । ସେତେବେଳେ ଜମ୍ମୁ କାଶ୍ମୀରର ଶ୍ରୀନଗରରୁ ଆସିଥିଲା ଏପରି ଏକ ଖବର । ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହି ଦିନଟି ଥିଲା ପ୍ରତିଟି ଭାରତୀୟଙ୍କ ପାଇଁ ଏକ କଳା ଦିନ । ଜମ୍ମୁ କାଶ୍ମୀରର ଶ୍ରୀନଗରରେ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଶହୀଦ ହୋଇଥିଲେ ୪୦ ଜଣ ଭାରତୀୟ ଯବାନ । ଯାହା ପ୍ରତିଟି ଭାରତୀୟଙ୍କ ମନରେ ଏକପ୍ରକାର ଦୁଃଖ ଭରି ଦେଇଥିଲା ।

ସେଦିନ ଥିଲା ଫେବୃଆରୀ ୧୪ । ଶ୍ରୀନଗରର ପୁଲୱାମା ଜାତୀୟ ରାଜପଥ ଉପରେ ଚାଲିଥିଲା ସିଆରପିଏଫ ଯବାନଙ୍କ ଗାଡ଼ି । ଡୁଟି ସାରି ହସଖୁସିରେ କ୍ୟାମ୍ପକୁ ଫେରୁଥିଲେ ଯବାନ । କିନ୍ତୁ ବିପରୀତ ପାଶ୍ୱର୍ରେ ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରି ଲୁଚି ରହିଥିଲେ ଆତଙ୍କବାଦୀ । ଏକ ଛୋଟ ଗାଡ଼ିରେ ଆତଙ୍କବାଦୀ ମାନେ ୩ଶହ କିଲୋର ବିସ୍ଫୋଟକ ଭରି ରଖିଥିଲେ । ଯେତେବେଳେ ଯବାନଙ୍କକ ଗାଡ଼ି ନିକଟତର ହେଲା, ସେତେବେଳେ ୩ ଶହ କିଲୋ ବିସ୍ଫୋଟକ ରଖିଥିବା କାରଟିକୁ ଯବାନଙ୍କ ଗାଡ଼ି ସହ ଧକ୍କା କରାଇଦେଇଥିଲେ । ଆଉ କେହି କିଛି ଭାବିବା ପୂର୍ବରୁ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଚତୁଃପାଶ୍ୱର୍ରେ ଖେଳିଗଲା କଳା ଧୂଆଁର ବାଦଲ । ଲାଗିଲା ଯେପରି ଭୂକମ୍ପ ହେଉଛି । ଆଉ କଳା ବାଦଲ ହଟିବା ପରେ ଯାହା ସାରା ବିଶ୍ୱ ଦେଖିଲା ତାହା ପ୍ରତିଟି ଭାରତୀୟଙ୍କୁ ସ୍ତବ୍ଧ କରିଦେଇଥିଲା । ଘଟଣା ସ୍ଥଳରେ ୪୦ଜଣ ଯବାନ ଶହୀଦ ହୋଇଯାଇଥିଲେ । ଆଉ ସେମାନଙ୍କ ଖଣ୍ଡବିଣ୍ଡିତ ଶରୀର ଏତେତେଣେ ପଡ଼ିଥିଲା । ଭାରତ ମା”ର ୪୦ଜଣ ବୀରପୁତ୍ର ଭାରତ ମା’ର କୋଳରେ ହସି ହସି ଶହୀଦ ହୋଇଯାଇଥିଲେ । ସାରା ଦେଶବାସୀଙ୍କ ମନରେ ଖେଳିଯାଇଥିଲା ଆକ୍ରୋଶ ଓ ପ୍ରତିଶୋଧର ନିଆଁ ।

ତା ପରେ ଭାରତୀୟ ସେନା ମଧ୍ୟ ଚୁପ୍ ବସିନଥିଲା । ଆକ୍ରମଣର ଠିକ୍ ୧୨ ଦିନ ମଧ୍ୟରେ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ। ପାକିସ୍ତାନରେ ଲୁଚିଥିବା ଜୈସ-ଏ-ମହମ୍ମଦକୁ ଧ୍ୱଂସ ବିଧ୍ୱଂସ କରିଦେଇଥିଲେ । ଫେବୃଆର ୧୬ ତାରିଖ ଦିନ ଭାରତୀୟ ବାୟୁ ସେନାର ୧୨ଟି ମିରାଜ ୨୦୦୦ ପାଇଲଟ୍ ଜେଟ୍ ଏଲଓସିକୁ ଅତିକ୍ରମ କରି ପାକିସ୍ତାନର ଛାଡ଼ି ଉପରେ ଛିଡ଼ା ହୋଇ ଜୈସ-ଏ-ମହମ୍ମଦର ଠିକଣାକୁ ମାଟିରେ ମିଶାଇ ଦେଇଥିଲେ । ଆଉ ଏହି ଏୟାରଷ୍ଟ୍ରାଇକରେ ୩ଶହରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଆଜିର ଦିନରେ ଦେଶ ପାଇଁ ଶହୀଦ ହୋଇଥିବା ସେହି ୪୦ଜଣ ଭାରତୀୟ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।

Leave a Reply

Your email address will not be published. Required fields are marked *