ପୁଣି ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ: ଯିବେ ଜେଲ୍ !

(ଦ କୁଇଭର): ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ । ବହୁ ଚର୍ଚ୍ଚିତ ଗୋଖାଦ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ ଯାଦବ । ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ରାଞ୍ଚି ସିବିଆଇ କୋର୍ଟ । ଡୋରାଣ୍ଡା ବେଆଇନ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ । କେବଳ ଲାଲୁ ନୁହଁନ୍ତି, ଲାଲୁଙ୍କ ସହ ଅନ୍ୟ ୭୫ଜଣ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ପ୍ରାରମ୍ଭରେ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ବେଆଇନ ପ୍ରତ୍ୟାହାର ସହ ଜଡିତ ଚାରା ଘୋଟାଲ ମାମଲାରେ ୧୭୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଥିମଧ୍ୟରୁ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଲାଣି। ସିବିଆଇ ଏହି ମାମଲାରେ ୭ ଜଣଙ୍କୁ ସରକାରୀ ସାକ୍ଷୀ ରୂପେ ସ୍ତ୍ରସ୍ତୁତ କରିଛି । ଏଥିସହ ୬ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର୍ ଅଛନ୍ତି ।

Leave a Reply

Your email address will not be published. Required fields are marked *