ସଂସଦ ଟିଭିର ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍

(ଦ କୁଇଭର): ହ୍ୟାକ୍ ହେଲା ସଂସଦ ଟିଭିର ୟୁଟ୍ୟୁବ୍ ଚ୍ୟାନେଲ । ଏଥିପାଇଁ ଏହି ୟୁଟ୍ୟୁବ୍ ଚ୍ୟାନଲକୁ ବନ୍ଦ କରିଦିଆଯାଇଛି । ସଂସଦ ଟିଭି ବିଷୟରେ କମ୍ପାନୀ ତରଫରୁ କୁହାଯାଇଛି ଯେ, ଏହା ୟୁଟ୍ୟୁବର କମ୍ୟୁନିଟି ଗାଇଡଲାଇନକୁ ଉଲ୍ଲଂଘନ କରିଛି। ତେବେ ବର୍ତ୍ତମାନ ଏହି ବିଷୟରେ ସଂସଦ ଟିଭି ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ସଂସଦ ଟିଭି ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ ହ୍ୟାକରଙ୍କ ଦ୍ୱାରା ଏହାର ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ୟୁଟ୍ୟୁବ ଏହି ସୁରକ୍ଷା ତ୍ରୁଟିର ମୁକାବିଲା କରିବାକୁ ଚେଷ୍ଟା କରୁଛି।

ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ମଙ୍ଗଳବାର ଦିନ କମ୍ପାନୀ ଏହାକୁ ବନ୍ଦ କରି ଦେଇଛି। ତେବେ ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା କମ୍ପାନୀର କେଉଁ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରାଯାଇଛି ତାହା କୁହାଯାଇ ନାହିଁ। ବର୍ତ୍ତମାନ ସଂସଦ ଟିଭିରୁ ଏହି ବିବୃତ୍ତି ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଏହାକୁ ହ୍ୟାକ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *