ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ

(ଦ କୁଇଭର): ହାତରେ ଆଉ ମାତ୍ର ୨୪ ଘଣ୍ଟା । ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ମତଦାନ ହେବ। ସାରା ରାଜ୍ୟର ୭୧ଟି ବ୍ଲକ୍ର ୨୦୦ ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୬୬୯ ପଞ୍ଚାୟତ ଏବଂ ୨୨ହଜାର ୩୭୯ ଓ୍ୱାର୍ଡରେ ହେବ ମତଦାନ। ମୋଟ୍ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ।

ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଗତକାଲି ୧୧ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯାଇସାରିଥିବା ବେଳେ ଆଜି ୧୯ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବ୍ଲକ୍ ହେଡ୍କ୍ୱାର୍ଟର୍ସରୁ ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି। ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବେ।

ଗତକାଲି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରକୁ ପୋଲିଂ ପାର୍ଟି ଯାଇଛନ୍ତି। ମାଓ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *