Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

(ଦ କୁଇଭର): ଆଜି ଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ହେବ ମହିମାଗାଦି । ଉଭୟ ବକ୍କଳ ଧାରୀ ଓ କୌପିନଧାରୀ ମହିମା ସମାଜ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା କାରଣରୁ କରୋନା କଯକଣା ଭିତରେ ଏତେ ମାତ୍ରାରେ ଭକ୍ତଙ୍କୁ ନେଇ କିଭଳି ଭାବେ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବ ତାକୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି ।

ତେବେ ଏହି ମାଘ ମେଳାକୁ ସାଧାରଣ ଲୋକଙ୍କ ଦର୍ଶନକୁ ବାରଣ କରାଯାଇଛି । ଏବଂ ସମ୍ପୂର୍ଣ୍ଣ କୋଭିଡ ଗାଇଡ଼ଲାଇନ ଭିତରେ ମେଳା ଅନୁଷ୍ଠିତ ହେଉଛି । କେବଳ ମହିମା ସାଧୁ, ସନ୍ଥଙ୍କ ଦ୍ଵାରା ପାଳନ କରାଯାଉଛି ମାଘ ମେଳା । କୋଭିଡ଼ ପରିସ୍ଥିତି ପାଇଁ ସେଠାରେ ଟିକା ନେଇନଥିବା ସାଧୁମାନଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଇଛି। ତା’ସହିତ ସହିତ ଅଟୋମ୍ୟାଟିକ ସାନିଟାଇଜେସନ ମେସିନର ସୁବିଧା ମଧ୍ୟ କରାଯାଇଛି।

ଦୁଇଟି ଡୋଜ ଟିକା ନେଇଥିବା ସନ୍ଥ ମାନଙ୍କୁ ଗାଦୀ ମନ୍ଦିର ଭିତରକୁ ପ୍ରବେଶ କରିବାର ଅନୁମତି ମିଳିଛି । ଏହି ଅବସରର ଆଜି ମାଘ ଚତୁର୍ଦ୍ଦଶୀ, ଆସନ୍ତାକାଲି ମାଘ ପୂର୍ଣ୍ଣିମା ଓ ୧୭ ତାରିଖ ଦିନ ଗୁରୁ ପୂର୍ଣ୍ଣିମା ଭାବରେ ୩ଦିନ ଧରି ମେଳାକୁ ପାଳନ କରାଯାଉଛି। ଏଥିପାଇଁ ଯୋରନ୍ଦା ମହିମା ଗାଦି ପୀଠରେ ବିଭିନ୍ନ ପ୍ରସ୍ତୁତି କରାଯାଇଛି ।

Exit mobile version