ଲାଲୁଙ୍କୁ ଗିରଫ କରିବାକୁ ସେନାର ସାହାଯ୍ୟ ଲୋଡ଼ିଥିଲା ସିବିଆଇ: କାହିଁକି ଜାଣନ୍ତୁ ?

(ଦ କୁଇଭର): ଚାରା ଘୋଟାଲାରେ ଦିନକୁ ଦିନ ଛନ୍ଦି ହେଉଛନ୍ତି ଲାଲୁ ଯାଦବ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ରାଞ୍ଚିର ଏକ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛି । ତେଣୁ ଲାଲୁଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଚାରା ଘୋଟାଲାର ପଞ୍ଚମ ମାମଲାରେ କୋର୍ଟ ଫେବୃଆରୀ ୨୧ରେ ଏହି ଦଣ୍ଡ ଘୋଷଣା କରିବେ । ତେବେ ଏହି ଚାରା ଘୋଟାଲା ମାମଲା ଲାଲୁଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ତାଙ୍କୁ ଗିରଫ କରିବାକୁ ଆସିଥିବା ସିବିଆଇ ଦଳକୁ କିନ୍ତୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଲାଲୁ ଯାଦବଙ୍କୁ ଯେତେବେଳେ ଗିରଫ କରିବାକୁ ପହଞ୍ଚିଥିଲା ସିବିଆଇ ଟିମ୍ । ସେହି ସମୟରେ ସେ ପୋଲିସର ସାହାଯ୍ୟ ଲୋଡିଥିଲେ । କିନ୍ତୁ କୌଣସି ସାହାଯ୍ୟ ମିଳିପାରି ନଥିଲା । ଏହା ଲାଲୁଙ୍କ ଆତ୍ମଜୀବନୀ ‘ଗୋପାଳଗଞ୍ଜରୁ ରାଇସିନା’: କୋର ରାଜନୈତିକ ଯାତ୍ରାରେ ମଧ୍ୟ ଉଲ୍ଲେଖ କରାଯାଇଛି । ସେଥିରେ ସେ ଲେଖିଥିଲେ, ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ୟୁ, ଏସ୍ ବିଶ୍ୱ ମୋତେ ଗିରଫ କରିବାକୁ ଆଗ୍ରହୀ ଥିଲେ । କିନ୍ତୁ ସେ ପର୍ଯ୍ୟନ୍ତ ସୁପ୍ରିକୋର୍ଟ ମୋର ଗିରଫଦାରୀକୁ ସ୍ଥଗିତ ରଖିଥିଲେ । ମୁଁ ମଧ୍ୟ ଘୋଷଣା କରିଥିଲି ଯେ, ଧାର୍ଯ୍ୟ ତାରିଖରେ ମୁଁ ଆତ୍ମସମର୍ପଣ କରିବି । କିନ୍ତୁ ସେମାନେ ମୋତେ ଧରିବାକୁ ଏତେ ଆଗ୍ରହ କାହିଁକି ମୁଁ ବୁଝିପାରିଲି ନାହିଁ ।

ଏହାସହ ସେ ଲେଖିଛନ୍ତି, ବିଶ୍ୱ ମୋତେ ଗିରଫ କରିବା ପାଇଁ ଦାନାପୁରର ସେନା ମୁଖ୍ୟାଳୟରେ ପହଞ୍ଚି ସେଠାରେ ଥିବା ଅଧିକାରୀଙ୍କ ସହାୟତା ଲୋଡ଼ିଥିଲେ । ଏସବୁ ଦେଖି ସେନା ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପୂର୍ବରୁ କେବେ ଜଣେ ସାଧାରଣ ଲୋକଙ୍କୁ ଗିରଫ କରିବାକୁ ସଶସ୍ତ୍ର ବାହିନୀର ସହାୟତା ଲୋଡ଼ାଯାଇଥିଲା । ପରେ ସାହାଯ୍ୟ ପାଇଁ ବିଶ୍ୱର ଅନୁରୋଧକୁ ସେନା ପ୍ରତ୍ୟାଖାନ କରିଥିଲା । ସିବିଆଇ ଅଧିକାରୀଙ୍କ କାର୍ଯ୍ୟକଳାପ ମୋତେ ବିସ୍ମିତ କରିଥିଲା ।

ବିଶ୍ୱ ମଧ୍ୟ ଏହା କହିଛନ୍ତି ଯେ, ଆମେ ପୋଲିସ ଓ ପ୍ରଶାସନର ସାହାଯ୍ୟ ଲୋଡ଼ିଥିଲୁ । ଦଳ ଲାଲୁ ଯାଦବଙ୍କ ଘରେ ପହଞ୍ଚିବା ମାତ୍ରେ ଆମକୁ ଘେରି ରହିଥିଲା । ଏ ବିଷୟରେ କ୍ୟାବିନେଟ୍ ସଚିବଙ୍କୁ ମଧ୍ୟ ଅବଗତ କରାଯାଇଥିଲା, କିନ୍ତୁ କୌଣସି ସହାୟତା ମିଳିନଥିଲା ।

Leave a Reply

Your email address will not be published. Required fields are marked *