ଟଳିବ କି ତୃତୀୟ ବିଶ୍ୱଯୁଦ୍ଧ ? ଘରମୁହାଁ ଋଷ ସୈନ୍ୟ

(ଦ କୁଇଭର) : ଟଳିବ କି ତୃତୀୟ ବିଶ୍ୱଯୁଦ୍ଧ ? ଋଷିଆ ୟୁକ୍ରେନ୍ ବିବାଦ ମଧ୍ୟରେ ଭିନ୍ନ ମୋଡ଼ । ଆମେରିକାର ଚେତାବନି ପରେ ବି ଯୁଦ୍ଧ ପାଇଁ ଜିଦ୍ ଧରି ବସିଥିବା ରୁଷିଆ ଏବେ ଘର ମୁହାଁ । ଚକ୍ରାନ୍ତ ଚଲାଇଥିବା ଋଷ ଏବେ ନିଜ ସୈନ୍ୟଙ୍କୁ ହଟାଇ ଦେବା ପାଇଁ ନିଷ୍ପତି ନେଇଛି ।

ଅର୍ନ୍ତଜାତିୟ ଗଣମାଧ୍ୟମ ଏଫପି ସୂତ୍ରରୁ ଜଣାପଡିଛି ଯେ ରୁଷିଆର ସୈନ୍ୟ ଏବେ ସୀମାରୁ ହଟିବା ଆରମ୍ଭ କରିଥିବା ଫୋଟ ଓ ଭିଡିଓ ଜାରିକରିଛି । ମଙ୍ଗଳବାର ଦିନ ୟୁକ୍ରେନ ସୀମାରେ ମୁତୟନ ଥିବା କିଛି ଋଷୀୟ ସୈନ୍ୟ ନିଜ ନିଜ ବରାକକୁ ଫେରିବା ପରେ ଆଜି ରୁଷିଆ ପକ୍ଷରୁ କୁହାଯାଇଛି ଯେ, କ୍ରିମିୟାରେ ଚାଲିଥିବା ଯୁଦ୍ଧଭ୍ୟାସ ଶେଷ ହୋଇଛି । ଏହି ଯୁଦ୍ଧାଭ୍ୟାସରେ ଭାଗ ନେଇଥିବା ସୈନ୍ୟମାନେ ଫେରିବା ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି ।

ଏପଟେ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଯାଇଥିଲେ ବି ଯୁଦ୍ଧ ଆଶଙ୍କା ହ୍ରାସପାଇନାହିଁ ବୋଲି ଆମେରିକା ଓ ନାଟୋ ପକ୍ଷରୁ କୁହାଯାଇଛି । ୱାସିଙ୍ଗଟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ସୀମାରୁ କିଛି ରୁଷିଆ ସୈନ୍ୟ ଫେରିଥିଲେ ମଧ୍ୟ ବିପୁଳ ସଂଖ୍ୟକ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଏଣୁ ବିପଦ ଏବେ ବି ଟଳିନାହିଁ । ଏଥିସହିତ ଏହି ଦୁଇ ଶକ୍ତିଶାଳି ରାଷ୍ଟ୍ରଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ଲାଗିରହିଥିବା ଷଡଯନ୍ତ୍ର କେବେ ଟଳିବ ତାକୁ ନେଇ ପୁରା ବିଶ୍ୱର ନଜର ।

Leave a Reply

Your email address will not be published. Required fields are marked *