Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ୟୁକ୍ରେନ୍ ଉପରେ ଆକ୍ରମଣ କଲା ଋଷ୍ !

(ଦ କୁଇଭର): ଥମିବ ନା ବଢିବ । ବିଗତ କିଛି ଦିନ ହେଲା ପୁରା ବିଶ୍ୱର ନଜର ରହିଛି ୟୁକ୍ରେନ୍ ଆଉ ରୁଷିୟା ଉପରେ । ୟୁକ୍ରେନ୍ ଉପରେ କୌଣସି ସମୟରେ ହେବାକୁ ଥିବା ଯୁଦ୍ଧ ଏବେ ଧିରେ ଧିରେ ଥମିବ ନା ଭୟଙ୍କର ରୂପ ନେବ ସେ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢୁଥିବା ବେଲେ ଫେବୃୟାରି ୧୬ ଅର୍ଥାତ ଆଜି ଆକ୍ରମଣ ହେବା ନେଇ ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଥିଲା । ହେଲେ ଗୁଳି ଫୁଟିଲାନି କି ରୁଷ ସୈନ୍ୟ ୟୁକ୍ରେନରେ ଆକ୍ରମଣ କଲେ ନାହିଁ । ତଥାପି ୟୁକ୍ରେନରେ ଚାଲିଛି ହାହାକାର ।

ଅର୍ନ୍ତଜାତୀୟ ଗଣମାଧ୍ୟମ ସୂଚନା ଅନୁଯାଇ ୟୁକ୍ରେନରେ ସାଇବର ଆଟାକ୍ ହୋଇଛି । ୟୁକ୍ରେନର ବିଭିନ୍ନ ସରକାରୀ ଏଜେନ୍ସି ଓ ବଡ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ହେବାର ସୂଚନା ମିଳିଛି । ଏହି ଆକ୍ରମଣ ଯୋଗୁ ୟୁକ୍ରେନର ୧୦ରୁ ଅଧିକ ସରକାରୀ ୱେବସାଇଟ କାମ କରୁନି। ଏଥିରେ ପ୍ରତିରକ୍ଷା ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ, ସଂସ୍କୃତି ମନ୍ତ୍ରାଳୟ ଓ ୟୁକ୍ରେନର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ସାମିଲ ରହିଛି । ସାଇବର ଆକ୍ରମଣ ମାଧ୍ୟମରେ ୟୁକ୍ରେନବାସୀଙ୍କୁ ନିରାଶ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ୟୁକ୍ରେନ ପ୍ରଶାସନ କହୁଛି । ବିନା ଗୁଳିମାଡରେ ଶତ୍ରୃକୁ ନିଜ ତାକତ୍ ଦେଖାଉଛି କି ରୁଷିୟା ଏଭଳି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବେଳେ ପୁଟିନ ସିଧାସଳଖ ଆକ୍ରମଣ କରିବାରେ ସଫଳ ହୋଇନଥିବା ବେଳେ ହୁଏତ ଏହା ପଛରେ ରୁଷିୟା ରାଷ୍ଟ୍ରପତି ପୁଟିନଙ୍କ ହିଁ ହାତ ରହିଛି ବୋଲି ୟୁକ୍ରେନ ଦାବି କରିଛି ।

Exit mobile version