ଜଳୁଛି ହିଜାବ ନିଆଁ: ବଢୁଛି ବିବାଦ

(ଦ କୁଇଭର): ହିଜାବ ଆମର ଅଧିକାର…ସବୁଠି ଜଳୁଛି ହିଜାବ ନିଆଁ, କେବଳ ଦେଶ ନୁହଁ ହିଜାବ ବର୍ତ୍ତମାନ ପାଲଟିଛି ଅର୍ନ୍ତଃଜାତୀୟ ବିବାଦ, ହିଜାବ ଆମର ଅଧିକାର ଦାବି କରି ରାଜରାସ୍ତାରେ ସଂଖ୍ୟାଲଘୁ ସଂପ୍ରଦାୟର ମହିଳା ଏବଂ ଛାତ୍ରଛାତ୍ରୀ । କେଉଁଠି ଆନ୍ଦୋଳନ ତ ଆଉ କେଉଁଠି ରାସ୍ତାରୋକ । ସବୁଆଡେ ଗୋଟିଏ ପ୍ରସଙ୍ଗ, କାହିଁକି ହିଜାବକୁ ଶିକ୍ଷାନୁଷ୍ଠାନରେ ମିଳିବନି ଅନୁମତି । କର୍ଣ୍ଣାଟକରେ ହିଜାବକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ବିବାଦ ଯୋଡି ହେଉଛି । ଏହାକୁ ନେଇ ରାଜେନୈତିକ ବୟାନ ବାଜି ମଧ୍ୟ ଦେଖିବାକୁ ମିଳୁଛି । ସପକ୍ଷ ବିପକ୍ଷବାଦୀଙ୍କ ଭିତରେ ଚାଲିଛି ଆରୋପ ଓ ପ୍ରତ୍ୟାରୋପର ରାଜନୀତି । କେବଳ କର୍ଣ୍ଣାଟକ ନୁହେଁ ଏହି ଝଡ଼ ଦିନକୁ ଦିନ ବିଭିନ୍ନ ରାଜ୍ୟକୁ ବ୍ୟାପୁଛି । କର୍ଣ୍ଣାଟକରେ ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି କଲେଜ ଆସିବାକୁ ବାରଣ କରାଯିବାପରେ ଏହି ବିବାଦ ଚରମ ସୀମାରେ ପହଁଚିଛି ।

ତେବେ କର୍ଣ୍ଣାଟକ କୋର୍ଟରେ ଏହି ମାମଲାର ଶୁଣାଣି ଏବଂ ହିଜାବ ପିନ୍ଦିବା ପାଇଁ ଛାତ୍ରୀ ଏବଂ ସରକାରଙ୍କ ମଧ୍ୟରେ ଅମ୍ନାସାମ୍ନି ହେବା ସହିତ ବିରୋଧ ଅଧିକ ସାଣିତ ହେବାରେ ଲାଗିଛି । ଯାହାକୁ ନେଇ ଲଗାତର ଶୁଣାଣି ଜାରି ରହିଛି ।
ହିଜାବ କେବଳ ଧାର୍ମିକ ଆନ୍ଦୋଳନ ହୋଇ ନାହିଁ । ଏହା ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳମାନଙ୍କ ମୁଖ୍ୟ ମୁଦ୍ଦା ପାଲଟିଛି । ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ସାଂସଦ ସାଧବୀ ପ୍ରୟାଗ ଠାକୁର କହିଛନ୍ତି ଯେ, ଯେଉଁ ଲୋକମାନେ ନିଜ ଘରେ ସୁରକ୍ଷିତ ନୁହଁନ୍ତି ସେମାନେ ହିଜାବ ପିନ୍ଧିବା ଆବଶ୍ୟକ ନାହିଁ ।

ସେପଟେ ହିଜାବକୁ ନେଇ ଏଆଇଏମଆଇଏମ ମୁଖ୍ୟ ଏକ ବିବାଦୀୟ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁସଲମାନ ମହିଳାମାନେ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି ,ତବେ ବିଜେପି କାହିଁକି ମୁସଲମାନ ଝିଅମାନଙ୍କର ହିଜାବ ପିନ୍ଧିବାର ଅଧିକାର ଛଡାଇ ନେଉଛନ୍ତି?ହିଜାବ ପିନ୍ଧିବା ଆମର ସାମ୍ବିଧାନିକ ଅଧିକାର । ଆପଣ ଭଗୱା ପିନ୍ଧନ୍ତୁ ,କିଏ ମନା କରୁଛି? ବୋଲି ପ୍ରଶ୍ନ କରିଛନ୍ତି ୱବେସୀ ।
ହିଜାବ ସପକ୍ଷରେ ମୁସଲିମ ଛାତ୍ରୀ ଅଡି ବସିଥିବା ବେଳେ ଏହାକୁ ବିରୋଧକରି କିଛି ହିନ୍ଦୁ ଛାତ୍ରୀ ଗେରୁଆ ଓଢୋଣି ପକେଇ କଲେଜ ଆସିଥିଲେ । ଉଭୟ ପକ୍ଷରୁ ଆଲ୍ଲା ହୋ ଆକବର ଏବଂ ଜୟ ଶ୍ରୀ ରାମ ନାରାରେ କଲେଜ ମଇଦାନ ଏକ ରାଜନୈତିକ ମଇଦାନରେ ପରିଣତ ହୋଇଥିଲା । ଏହି ବାବଦକୁ ନେଇ ୪ ଦିନ ହେଲା ଶୁଣାଣି ଚାଲିଥିଲେ ମଧ୍ୟ ଏଯାଏ କୋର୍ଟ କୈଣସି ଚୁଡାନ୍ତ ରାୟ ପ୍ରକାଶ କରି ନାହାନ୍ତି । ତେବେ ଏହି ମାମଲାର ଗତି କୁଆଡ଼େ ଯାଉଛି ତାକୁ ହିଁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *