ପ୍ରଥମ ଟି-୨୦; ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

(ଦ କୁଇଭର): କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ପ୍ରଥମ ଟି-୨୦ ମ୍ୟାଚ୍‌କୁ ଜିତି ନେଇଛି ଭାରତ । ଆଜିର ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି।  ୱେଷ୍ଟ ଇଣ୍ଡିଜ୍‌କୁ ୬ ୱିକେଟରେ ହରାଇ ଭାରତ ବିଜୟୀ  ହୋଇଛି।

କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ ଟି-୨୦ ଟସ୍‌ ଜିତି ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୭ ୱିକେଟରେ ୧୫୭ ରନ୍‌ କରି ପାରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲସ ପୂରନ ୬୧ ରନ କରିଥିଲେ ।

୧୫୮ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ନିର୍ଦ୍ଧାରିତ ଓଭର ପୂର୍ବରୁ ଏହି ମ୍ୟାଚକୁ ନିଜ ନାମରେ କରିଥିଲା । ଭାରତ ପକ୍ଷରୁ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ଦମଦାର ପ୍ରଦର୍ଶନ କରିଥିବାବେଳେ ଶେଷରେ ସୂର୍ଯ୍ୟ କୁମାର ଯାଦବ ଧୂଆଁଧାର ଇଂନିସ ଖେଳି ଭାରତକୁ ବିଜୟ ଭେଟି ଦେଇଥିଲେ ।

Leave a Reply

Your email address will not be published. Required fields are marked *