ରସିକିଆ ଡାକ୍ତର ମାଟ୍ରିକ୍ ଫେଲ୍ !

(ଦ କୁଇଭର): ରସିକିଆ ଡାକ୍ତର ମାଟ୍ରିକ୍ ଫେଲ୍! ଭୁବନେଶ୍ୱରର ରସିକିଆ ନକଲି ଡାକ୍ତରଙ୍କ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । ରସିକିଆ ନକଲି ଡାକ୍ତର ମାଟ୍ରିକ୍ ପାସ କରିନଥିବା ସୂଚନା ମିଳିଛି । ତାଙ୍କ ସମ୍ପର୍କୀୟମାନେ ତାଙ୍କ ନାଁରେ ଏପରି ଅଭିଯୋଗ କରିଛନ୍ତି । ଏନେଇ ଏସମ୍ପର୍କରେ ଅଧିକ ଯାଞ୍ଚ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ଏହି ରସିକିଆ ଡାକ୍ତର ବାବୁ ୧୭ଜଣଙ୍କୁ ବିବାହ କରିବା ପରେ ଆହୁରି ବିବାହ କରିବାକୁ ଯୋଜନା ମଧ୍ୟ କରୁଥିବା ସୂଚନା ମିଳିଛି । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗ କରୁଥିବା ସୂଚନା ମିଳିଛି । କଟକ, ବଡ଼ମ୍ବା ସମ୍ପୃକ୍ତ ନକଲି ଡାକ୍ତରଙ୍କର ୨ଟି କ୍ଲିନକ୍ ମଧ୍ୟ ଅଛି । ଦୀର୍ଘମାସ ଧରି କର୍ମଚାରୀଙ୍କୁ ମଧ୍ୟ ଦରମା ଦେଇନଥିବା କୁହାଯାଉଛି । ଜଣେ ଡାକ୍ତରଙ୍କ ପୁଅକୁ ଏମବିବିଏସ ସିଟ୍ ଦେବାକୁ କହି ୬୦ ହଜାର ଟଙ୍କା ନେଇଥିଲେ । ତାହାସହ ଭୁବନେଶ୍ୱର ପାତ୍ରପଡ଼ାରେ ତାଙ୍କର ଏକ ଘର ମଧ୍ୟ ଠାବ ହୋଇଛି ।

Leave a Reply

Your email address will not be published. Required fields are marked *