ଖୋଲିବ ତ ପ୍ରାଥମିକ ସ୍କୁଲ ?

(ଦ କୁଇଭର): ଆସିଲା ଗଣଶିକ୍ଷା ବିଭାଗର ଚିଠି । ଖୋଲିବ ସ୍କୁଲ । ପିଲାମାନଙ୍କ ମନରେ ଖେଳିଗଲା ଖୁସିର ଲହରି । ଫେବୃୟାରି ୧୪ ରେ ଖୋଲିଥାନ୍ତା ସ୍କୁଲ ହେଲେ କେଁ ପୁରାଇ ଦେଲେ ଜିଲ୍ଲାପାଳ ଓ ବିଡିଓ । ଏବେ ୧୪ ନୁହଁ ବରଂ ଫେବୃୟାରି ୨୮ ରେ ଖୋଲିବ ସ୍କୁଲ ।
ଦୀର୍ଘ ୨ ବର୍ଷପରେ ସ୍କୁଲର ମାଟିମାଡିବେ ପିଲା । ବାଜିବ ସ୍କୁଲ ଘଣ୍ଟି । ଫେବୃୟାରୀ ୨୮ରୁ ଆରମ୍ଭ ହେବ ଫିଜିକାଲ କ୍ଲାସ । କରୋନାର ଦ୍ୱୀତିୟ ଲହରି ପାଇଁ ପ୍ରାୟ ୨ ବର୍ଷ ଧରି ଛାତ୍ରଛାତ୍ରୀ କ୍ଲାସ ରୁମ ଶିକ୍ଷାରୁ ବଞ୍ଚିତ ଅଛନ୍ତି ।

ତେଣୁ ଏଠି ପ୍ରଶ୍ନ ଉଠୁଛି ଦିର୍ଘ ଦିନ ଧରି ଘରେ ବସିଥିବା ପ୍ରଥମରୁ ଅଷ୍ଟମ ପିଲା ଏବେ ସ୍କୁଲ ମାଡିବେ ତ ? ଯଦି ସ୍କୁଲ ପରିବେଶ ପ୍ରସ୍ତୁତ ନଥିଲା ତେବେ ଘୋଷଣା କାରିବାର କ’ଣ ଆବଶ୍ୟକତା ଥିଲା ? ପିଲାଙ୍କ ଭବିଷ୍ୟତ ସହ ଖେଳୁନାହାନ୍ତି ତ ସରକାର ? ଏଭଳି ପ୍ରଶ୍ନ ଉଙ୍କିମାରୁଛି ଛାତ୍ରଛାତ୍ରୀ ଓ ଅଭିବାବକଙ୍କ ମଧ୍ୟରେ । କାରଣ ୨ ବର୍ଷ ହେବ ସ୍କୁଲର ମାଟି ମାଡି ନାହାଁନ୍ତି ପିଲାମାନେ । ପିଲାଙ୍କ ପାଠ ପଢା ମଧ୍ୟ ୨ ବର୍ଷ ହେଲା ପ୍ରଭାବିତ ହେଲାଣି ।

କରୋନା ପାଇଁ ଅନ୍‌ଲାଇନ କ୍ଲାସର ବ୍ୟବସ୍ଥା କରିଥିଲେ ସରକାର କିନ୍ତୁ ଅନ୍‌ଲାଇନ କ୍ଲାସ କେତେ ସଫଲ ହୋଇଛି ତାହା ସମସ୍ତେ ଜାଣିଛନ୍ତି । ନେଟୱକ୍ ଓ ମୋବାଇଲ ନଥିବା ଗାଁ ରେ ଅନ୍‌ଲାଇନ କ୍ଲାସର ପରିକଳ୍ପନା କରିଥିଲେ ସରକାର ତାହାମଧ୍ୟ ଅଧୁରା ରହିଗଲା । ସରକାରି ତଥ୍ୟ ଅନୁଯାଇ ଅନ୍‌ଲାଇନ କ୍ଲାସ ମାତ୍ର ୪୦ ପ୍ରତିଶତ ପିଲାଙ୍କ ପାଖରେ ପହଁଚିପାରିଛି । ପାଠ ନ ବୁଝି କ୍ଲାସ ପ୍ରୋମସନ ହେଉଛି । ଦୁର୍ଗମ ଅଞ୍ଚଳ ପିଲାଙ୍କ ପାଇଁ ଅଭିଶପ୍ତ ପାଲଟିଛି ଅନ୍‌ଲାଇନ କ୍ଲାସ । କିଏ ଛାତ ଉପରେ କ୍ଲାସ କରୁଛି ତ କିନ୍ତୁ ରାସ୍ତା ଉପରେ । ତେଣୁ ସ୍କୁଲ ଖୋଲିଲେ ପିଲାଏ ଅନ୍ତତଃ ପାଠ ପଢିପାରିବେ ବୋଲି ଅଭିବାବକଙ୍କ ଆଶା ।

Leave a Reply

Your email address will not be published. Required fields are marked *