Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପଞ୍ଜାବରେ ଏକ ଲକ୍ଷ ଚାକିରି ଦେବ କଂଗ୍ରେସ

(ଦ କୁଇଭର): ଆଉ ୪୮ ଘଣ୍ଟା ରହିଲା ପଞ୍ଜାବ ବିଧାନ ସଭା ନିର୍ବାଚନ । ଭୋଟ ଯେତେ ପାଖେଇ ଆସୁଛି ସବୁ ରାଜନୈତିକ ଦଳମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ପ୍ରଚାରର ଶେଷ ଦିନରେ ସବୁ ରାଜନୈତିକ ଦଳ ହାଇଭୋଲଟେଜ୍ ପ୍ରଚାର କରିଛନ୍ତି । ଏହାରି ଭିତରେ କଂଗ୍ରେସ ପଞ୍ଜାବ ପାଇଁ ଜାରି କରିଛି ନିର୍ବାଚନୀ ଇସ୍ତାହାର । ଏହି ୧୩ ପଏଣ୍ଟ ଇସ୍ତାହାରରେ କଂଗ୍ରେସ ବଡ ବଡ ପ୍ରତିଶୃତି ଦେଇଛି । ମନିଫେଷ୍ଟୋରେ ସରକାର ଗଠନ ହେବାମାତ୍ରେ ଏକ ଲକ୍ଷ ଲୋକଙ୍କୁ ସରକାରୀ ଚାକିରୀ କରିବାକୁ କଂଗ୍ରେସ ପ୍ରତିଶୃତି ଦେବା ସହ ମାଗଣା ସିଲିଣ୍ଡର , ମାଗଣା ଶିକ୍ଷା ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଦଳ ପ୍ରତିଶୃତି ଦେଇଛି ।

ସମସ୍ତଙ୍କ ପାଇଁ ମାଗଣା ଶିକ୍ଷା ପାଇବା ମୋର ପ୍ରାଥମିକତା ହେବ ବୋଲି ସିଏମ୍ କହିଛନ୍ତି । ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗଙ୍କ ସହିତ ଅଗ୍ରଗାମୀ ଜାତିର ଗରିବଙ୍କ ପାଇଁ ଛାତ୍ରବୃତ୍ତି ଆରମ୍ଭ ହେବା ସହ ୬ ମାସ ମଧ୍ୟରେ ପଞ୍ଜାବରେ କୈଣସି କଚ୍ଚା ଘର ରହିବ ନାହିଁ ବୋଲି ପ୍ରତିଶୃତି ଦେଇଛି । ଚଣ୍ଡିଗଡରେ ମନିଫେଷ୍ଟୋ ରିଲିଜ୍ ସମୟରେ ସିଏମ୍ ଚରଣଜିତ୍ ସିଂ ଚାନ୍ନି , ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ଏବଂ ପୱନ ଖେଡା ପରସ୍ଥିତ ଥିଲେ । ତେବେ ପଞ୍ଜାବରେ କିଏ ସରକାର ଗଢିବ , ଏହି ନିର୍ବାଚନରେ କିଏ ବାଜିମାତ କରିବ ତାହରି ଉପରେ ସମସ୍ତଙ୍କ ନଜର ।

Exit mobile version