ଇଡି ଜାଲରେ ଦାଉଦ୍ ଇବ୍ରାହିମର ଭାଇ

(ଦ କୁଇଭର): ଫାସରେ ପଡିଲା ୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ତଥା ବ୍ଲାଷ୍ଟ ମାଷ୍ଟରମାଇଣ୍ଡ ଦାଉଦ୍ ଇବ୍ରାହିମ୍‌ର ଭାଇ ଇକ୍‌ବାଲ୍ କାସ୍‌କର୍ । ଶୁକ୍ରବାର ଦିନ ପଳାତକ ଗ୍ୟାଙ୍ଗ୍‌ଷ୍ଟର ଦାଉଦ ଇବ୍ରାହିମଙ୍କ ଭାଇକୁ ଇଡି ଗିରଫ୍ କରିଛି । ଡନ୍ ଓ ତାଙ୍କ ସହାୟତକଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କ ହେପାଜତକୁ ନେଇଥିଲା ।

ମିଳିଥିବା ସୂଚନା ଅନୁସାରେ ଦିନକ ପରେ ମୁମ୍ବାଇରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ସ୍ୱତନ୍ତ୍ର କୋର୍ଟରେ କାସ୍‌କରଙ୍କୁ ହାଜର କରାଯିବ। ବୁଧବାର ଦିନ ଏହି ମାମଲାରେ କାସ୍‌କର୍‌ଙ୍କ ବିରୋଧରେ ଏକ ପ୍ରଡକ୍ସନ୍ ୱାରେଣ୍ଟ ଜାରି କରାଯାଇଥିଲା। ୱାରେଣ୍ଟ ଜାରି କରିବାବେଳେ ସ୍ୱତନ୍ତ୍ର ବିଚାରପତି ଏମ.ଜି ଦେଶପାଣ୍ଡେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଏସକର୍ଟ କରିବା ଏବଂ ଫେବୃଆରୀ ୧୮ ରେ ତାଙ୍କୁ କୋର୍ଟରେ ହାଜର କରିବା ପାଇଁ ସମସ୍ତ ବ୍ୟବସ୍ଥା ଇଡି କରିବ ବୋଲି ନିର୍ଦ୍ଦେଷ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ଏକାଧିକ ଚୋରା ଚାଲାଣ ମାମଲାରେ କାସ୍‌କର୍‌ଙ୍କୁ ଏବେ ଥାନେ ଜେଲରେ ରଖାଯାଇଛ ।

Leave a Reply

Your email address will not be published. Required fields are marked *