ଶ୍ରୀନଗରରେ ଗ୍ରେନେଡ଼ ବିସ୍ଫୋରଣ

(ଦ କୁଇଭର): ଶ୍ରୀନଗରରେ ଗ୍ରେନେଡ଼ ବିସ୍ଫୋରଣ । ଆତଙ୍କବାଦୀମାନେ ଶ୍ରୀନଗରର ନୋୱାଟାର ଖାୱାବାଜାରରେ ସୁରକ୍ଷା ବାହିନୀର ମିଳିତ ଦଳ ଉପରେ ଗ୍ରେନେଡ ଫିଙ୍ଗିଥିଲେ। ଗ୍ରେନେଡ ବିସ୍ଫୋରଣ ହେବା ପରେ ନିକଟସ୍ଥ ଦୋକାନଗୁଡ଼ିକର କାଚ ଭାଙ୍ଗି ଯାଇଥିଲା । ଏହାଦ୍ୱାରା ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସୂଚନା ପରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ପହଞ୍ଚିଥିଲେ। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଆରମ୍ଭ କରିଛନ୍ତି ଅପରେସନ।

ସୂଚନାନୁସାରେ, ବଜାରରେ ଭିଡ଼ ଜମିଥିବା ବେଳେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ। ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗ୍ରେନେଡ ଦୋକାନ ନିକଟରେ ବିସ୍ଫୋରଣ ହୋଇଥିଲା। ଏହା ଦ୍ୱାରା ତିନୋଟି ଦୋକାନର କାଚ ଭାଙ୍ଗିଯାଇଥିଲା ।
ବିସ୍ଫୋରଣ ଫଳରେ ହଠାତ୍ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଘଟଣାର ଗୋଟିଏ ଦିନ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଶୋପିଆନ୍ ଜିଲ୍ଲାର ସୁରକ୍ଷା ବାହିନୀ ଉପରେ ଗ୍ରେନେଡ୍ ଫିଙ୍ଗିଥିଲେ।

ଏହି ଆକ୍ରମଣରେ କେହି ଆହତ ହୋଇନାହାଁନ୍ତି କିନ୍ତୁ ସୁରକ୍ଷା ବାହିନୀର ଗାଡି ସାମାନ୍ୟ ନଷ୍ଟ ହୋଇଯାଇଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିଥିଲା। ସୁରକ୍ଷା ବାହିନୀ ଉତ୍ତର କାଶ୍ମୀରର ବାରାମୁଲ୍ଲାରେ ଏକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଭାଙ୍ଗି ୨୩ ଟି ଗ୍ରେନେଡ ଉଦ୍ଧାର କରିଛି ।

Leave a Reply

Your email address will not be published. Required fields are marked *