Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କୋଟିଆରେ ୬୫% ଭୋଟ୍

(ଦ କୁଇଭର): ସରିଲା କୋଟିଆ ପଞ୍ଚାୟତରେ ଭୋଟ୍ ଗ୍ରହଣ । ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୋଟିଆରେ ୬୫% ଭୋଟ୍ ଗ୍ରହଣ ହୋଇଛି । ସକାଳ ୭ଟାରୁ ୬୮ ବ୍ଲକର ୨୦୪୩୬ ବୁଥରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ଗୋଟାଏରେ ଏହା ଶେଷ ହୋଇଛି। ତେବେ ରିପୋର୍ଟ ଅନୁଯାୟୀ ୬୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ୟ୍ୟାୟ ନିର୍ବାଚନ ବାକି ଅଛି। ଏହାକୁ କିପରି ସୁରୁଖୁରରେ ସମ୍ପାଦନ କରାଯିବ, କିପରି ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳିତ ହେବ ତାହା ଉପରେ ସମସ୍ତଙ୍କ ନଜର ।

Exit mobile version