ହଟିଲା ନାଇଟ୍ କର୍ଫ୍ୟୁ

(ଦ କୁଇଭର): କମିଲା ସଂକ୍ରମଣ, ହଟିଲା କଟକଣା । ସାରା ରାଜ୍ୟରେ ଆଜିଠୁ ହଟିଲା ନାଇଟ୍ କର୍ଫ୍ୟୁ । ଏ ନେଇ ସୂଚନା ଦେଲେ ରାଜ୍ୟ ସରକାର । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର କମୁଥିବାରୁ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ପୂର୍ବରୁ କରୋନା ସଂକ୍ରମଣ ପାଇଁ ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ଲାଗୁ ହେଇଥିଲା ନାଇଟ୍ କର୍ଫ୍ୟୁ । କିନ୍ତୁ ରାଜ୍ୟରେ ଗତ କିଛି ହେବ କରୋନା ସଂକ୍ରମଣ ଗ୍ରାଫ୍ କମିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସରକାର କଟକଣାକୁ କୋହଳ କରିଛନ୍ତି । ଆଜିଠାରୁ ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ଆଉ ଲାଗିବନି କଟକଣା ।

Leave a Reply

Your email address will not be published. Required fields are marked *